Advertisment

ଦସ୍ତଖତ ପାଇଁ ଦୁଇଶହ ଟଙ୍କା: ଡାକ୍ତରଙ୍କ ଭିଡିଓ ଭାଇରାଲ

ବଲାଙ୍ଗିର(ମନରଞ୍ଜନ ଜୋଷି): ଡାକ୍ତରୀ ଏକ ପେସା ନୁହେଁ, ମଣିଷ ପଣିଆର ନିଶା । କିନ୍ତୁ ଏପରି କିଛି ଡାକ୍ତର ଅଛନ୍ତି ଯେଉଁମାନଙ୍କ ପେସା ସିନା ଡାକ୍ତରୀ ହେଲେ ନିଶା ଟଙ୍କା ରୋଜଗାର।  ମଣିଷ ପଣିଆକୁ ପଛରେ ରଖି ଏମାନେ ପଇସା ପାଇଁ ଭୁଲିଯାଆନ୍ତି ମାନବିକତା। ରୋଗୀ ଦେଖାରେ ହେଉ କି ଜନସେବାରେ, ଟଙ୍କା ହିଁ ଏମାନଙ୍କ ପ୍ରଥମିକତା। ଗତ କିଛି ଦିନ ତଲେ ଜଣେ ଗରିବ ରୋଗୀଙ୍କ ଠାରୁ ଲାଞ୍ଚ ନେଇ ଚାକିରୀରୁ ବହିଷ୍କୃତ ହୋଇଥିଲେ ପାଟଣାଗଡ଼ […]

author-image
Tapas Behera
ଅଦ୍ୟତନ ହୋଇଛି
ଦସ୍ତଖତ ପାଇଁ ଦୁଇଶହ ଟଙ୍କା: ଡାକ୍ତରଙ୍କ ଭିଡିଓ ଭାଇରାଲ

790

ବଲାଙ୍ଗିର(ମନରଞ୍ଜନ ଜୋଷି): ଡାକ୍ତରୀ ଏକ ପେସା ନୁହେଁ, ମଣିଷ ପଣିଆର ନିଶା । କିନ୍ତୁ ଏପରି କିଛି ଡାକ୍ତର ଅଛନ୍ତି ଯେଉଁମାନଙ୍କ ପେସା ସିନା ଡାକ୍ତରୀ ହେଲେ ନିଶା ଟଙ୍କା ରୋଜଗାର।  ମଣିଷ ପଣିଆକୁ ପଛରେ ରଖି ଏମାନେ ପଇସା ପାଇଁ ଭୁଲିଯାଆନ୍ତି ମାନବିକତା। ରୋଗୀ ଦେଖାରେ ହେଉ କି ଜନସେବାରେ, ଟଙ୍କା ହିଁ ଏମାନଙ୍କ ପ୍ରଥମିକତା। ଗତ କିଛି ଦିନ ତଲେ ଜଣେ ଗରିବ ରୋଗୀଙ୍କ ଠାରୁ ଲାଞ୍ଚ ନେଇ ଚାକିରୀରୁ ବହିଷ୍କୃତ ହୋଇଥିଲେ ପାଟଣାଗଡ଼ ଡାକ୍ତରଖାନାର ବରିଷ୍ଠ ଡାକ୍ତର ବାଚସ୍ପତି ଦାସ। ଏବେ ଗରିବ ପିଲାଙ୍କୁ କ୍ୟାରେକ୍ଟର ସାର୍ଟିଫିକେଟରେ ନିଜ ଦସ୍ତଖତ ଟିଏ ପାଇଁ ଦୁଇଶହ ଟଙ୍କା ମାଗି, ଚର୍ଚ୍ଚାରେ ଟିଟିଲାଗଡର ଡାକ୍ତର ଜତୀନ୍ଦ୍ର ମହାନ୍ତି । ଆଉ ଏବେ ପୂରା ଘଟଣାର ଭିଡିଓ ଭାଇରାଲ ପରେ ଦସ୍ତଖତ ପାଇଁ ଦୁଇଶହ ଟଙ୍କାକୁ ନେଇ ଚର୍ଚ୍ଚା । ଟିଟିଲାଗଡ଼ ଡାକ୍ତରଖାନାର ବରିଷ୍ଠ ଡାକ୍ତର ଜତୀନ୍ଦ୍ର ମହାନ୍ତି ଗତ ୩୦ ତାରିଖ ତାଙ୍କ ଘରେ ଏହି ଟଙ୍କା ନେଇଥିବା ଭିଡିଓ ଭାଇରାଲ ହୋଇଥିଲା।

Advertisment

ଗତ ୩୦ ତାରିଖ, ଅପରାହ୍ନରେ ଟିଟିଲାଗଡ ଶଗଡଘାଟର ଦୁଇଜଣ ଯୁବକ ମନୋଜ ସାହୁ ଓ ଦୁର୍ଗେଶ ହରିପାଲ ପହଞ୍ଚିଥିଲେ ଡାକ୍ତର ମହାନ୍ତିଙ୍କ ଘରେ। ପ୍ରଥମେ ତହସିଲଦାରଙ୍କ ପାଖକୁ ଯାଇଥିଲେ। ନିଜ କ୍ୟାରେକ୍ଟର ସାର୍ଟିଫିକେଟରେ ଦସ୍ତଖତ ଟିଏ କରେଇବା ପାଇଁ।

ଠିକଣା ଦେଇ ଡାକ୍ତର ମହାନ୍ତିଙ୍କ ପାଖକୁ ପଠାଇଦେଇଥିଲେ। ଡାକ୍ତର କହିଲେ ଆଧାରକାର୍ଡ ଦିଅ ତାପରେ ହାତ ଠାରି ଦୁଇଶହ ଟଙ୍କା ମାଗିଲେ। ହେଲେ ଯୁବକ ଦୁଇଜଣ କହିଲେ, ଆମକୁ ତହସିଲଦାର ସାର କହିଛନ୍ତି, କୌଣସି ଟଙ୍କା ଦେବାକୁ ପଡିବ ନାହିଁ। ଚିହିଁକି ଗଲେ ଡାକ୍ତର  ଯାଅ ତମର ତହସିଲଦାର ପାଖକୁ ଯାହାକୁ କହୁଛ କୁହ।  ତହସିଲଦାର ମୋତେ ଦରମା ଦେଉନାହିଁ। ପାରୁଛ ଯଦି ବଡ଼ ଡାକ୍ତର ଏସ୍.ଡି.ଏମ.ଓ ପାଖକୁ ଯାଅ। ଶେଷରେ ରାଗିଯାଇ, ଦୁଇଶହ ଟଙ୍କା ବିନା ଦସ୍ତଖତ କରିବି ନାହିଁ ବୋଲି କହି ଘର କବାଟ କିଲି ଦେଇଥିଲେ।  ଅବଶ୍ୟ ଘଟଣା ସଂର୍ପକରେ ହସପିଟାଲରେ ଅନୁପସ୍ଥିତ ଥିବା ଡାକ୍ତର ମହାନ୍ତିଙ୍କୁ ଆମେ ଯୋଗାଯୋଗ କରିଥିଲୁ। ଦମଖମରେ କହିଥିଲେ, ଘରକୁ ଆସିଲେ ମୋର ଦୁଇ ଶହ ଟଙ୍କା ଫି ଲାଗେ।

Advertisment

ଏନେଇ ଦାୟିତ୍ୱରେ ଥିବା ସି.ଡି.ଏମ.ଓ କହିଛନ୍ତି, ଡାକ୍ତରଙ୍କ ବିରୋଧରେ ତଦନ୍ତ ହେବ, କିନ୍ତୁ ତହସିଲଦାର ନିଜେ ଦସ୍ତଖତ ନକରି କାହିଁକି ଡାକ୍ତରଙ୍କ ପାଖକୁ ପଠାଇଲେ ତାକୁ ନେଇଛି ଉଠିଛି ପ୍ରଶ୍ନ। ଏହାର ଜବାବ କିଏ ଦେବ? ହେଲେ ଆମେ ପହଞ୍ଚିଥିଲୁ ଟିଟିଲାଗଡ ତହସିଲଦାରଙ୍କ ପାଖରେ। ଦେଖନ୍ତୁ ତହସିଲଦାରଙ୍କ ପ୍ରତିକ୍ରୀୟା। କିଛି କହିବା ଆଗରୁ ପ୍ରଥମେ ଆମ ରିପୋର୍ଟରଙ୍କ ଭିଡିଓ କରି ଭୟ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ। ତାପରେ କ୍ୟାମେରା ଆଗରେ କହିଥିଲେ, ମୁଁ କିଛି କହିବି ନାହିଁ? ତେଣୁ ପୁରା ପ୍ରକ୍ରିୟାକୁ ଦେଖିଲେ, କୌଣସି ଅଂଚଳର ଉନ୍ନତି ପାଇଁ ସରକାରୀ ଅଧିକାରୀଙ୍କ ଆନ୍ତରିକତାର ଅଭାବ ସ୍ପଷ୍ଟ ଜଣାପଡୁଛି। ହେଲେ ଘଟଣାକୁ ନେଇ ବରିଷ୍ଠ ଓକିଲଙ୍କ ମତାମତ, କ୍ୟାରେକ୍ଟର ସାର୍ଟିଫିକେଟରେ ଦସ୍ତଖତ ଦେବା ପାଇଁ ଟଙ୍କା ମାଗିବା, ଆଇନ ସମ୍ମତ ନୁହେଁ, ଏହା ଏକ ଅପରାଧ। ଏ ଘଟଣାର ଭିଜିଲାନ୍ସ  ତଦନ୍ତ ହେବା ନିହାତି ଜରୁରୀ।