Advertisment

ଦୁର୍ଘଟଣା ପରେ ବ୍ରିଜ୍‌ରୁ ଖସି ପଡ଼ିଲା ବାଇକ୍‌

ଧକ୍କା ଦେବା ପରେ ବାଇକ୍‌ଟି ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ। ଖବର ପାଇଁ ସଇଁନ୍ତଲା ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ।

Titilagarh

Titlagarh

Advertisment

ବ୍ରିଜ୍‌ରୁ ଖସି ପଡ଼ିଲା ବାଇକ୍‌। ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୨୬ ନମ୍ୱର ଜାତୀୟ ରାଜପଥରେ ଘଟିଛି। ମୃତ ଦୁଇ ଯୁବକଙ୍କ ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର।

Advertisment

ସଇଁନ୍ତଲା ଥାନା ଅନ୍ତର୍ଗତ କନ୍ଧକେଲଗାଁ ପଞ୍ଚାୟତ ସର୍ଗିପାଲି ଗାଁର ଶରତ ସାହୁ(୧୮) ଓ ବଣ୍ଟି ପଧାନ(୨୦) କୌଣସି କାମରେ ବାଇକରେ ସଇଁନ୍ତଲା ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ୨୬ ନମ୍ୱର ଜାତୀୟ ରାଜପଥର କନ୍ଧକେଲ ଗାଁ ବ୍ରିଜରେ ବାଇକଟି ଧକ୍କା ହୋଇଥିଲା। ଧକ୍କା ଦେବା ପରେ ବାଇକ୍‌ଟି ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ। ଖବର ପାଇଁ ସଇଁନ୍ତଲା ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସଇଁନ୍ତଲା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ରିପୋର୍ଟ- ଟିଟିଲାଗଡ଼ରୁ ମାନସ ରଞ୍ଜନ ମହାନ୍ତି

Road Accident Accident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe