Advertisment

ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରି ଜେଲ୍ ଗଲା ଭାଇ!

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୁଷ୍କର୍ମକାରୀକୁ ମିଳିଲା ଦଣ୍ଡ। ପାଞ୍ଚ ବର୍ଷ ତଳେ ନିଜର ଦୁଇ ସମ୍ପର୍କୀୟା ନାବାଳିକା ଭଉଣୀକୁ ଦୁଷ୍କର୍ମ ଘଟଣାରେ ଦୋଷୀକୁ ଆଜି ଦଣ୍ଡିତ କରିଛନ୍ତି ବଲାଙ୍ଗିର ଫାଷ୍ଟଟ୍ରାକ ଏବଂ ପକ୍‌ସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର। ଅଭିଯୁକ୍ତକୁ ପକ୍‌ସୋ କୋର୍ଟ ୨୦ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ୨୦୧୬ ମସିହା ଏପ୍ରିଲ ୭ ତାରିଖରେ ବଲାଙ୍ଗିର ଟାଉନ ଥାନାରେ ରୁଜୁ ହୋଇଥିବା ଏକ ଦୁଷ୍କର୍ମ ମାମଲା ତତ୍କାଳୀନ ସମୟରେ ବେଶ୍ ହଇଚଇ […]

ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରି ଜେଲ୍ ଗଲା ଭାଇ!

rape-accused

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୁଷ୍କର୍ମକାରୀକୁ ମିଳିଲା ଦଣ୍ଡ। ପାଞ୍ଚ ବର୍ଷ ତଳେ ନିଜର ଦୁଇ ସମ୍ପର୍କୀୟା ନାବାଳିକା ଭଉଣୀକୁ ଦୁଷ୍କର୍ମ ଘଟଣାରେ ଦୋଷୀକୁ ଆଜି ଦଣ୍ଡିତ କରିଛନ୍ତି ବଲାଙ୍ଗିର ଫାଷ୍ଟଟ୍ରାକ ଏବଂ ପକ୍‌ସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର। ଅଭିଯୁକ୍ତକୁ ପକ୍‌ସୋ କୋର୍ଟ ୨୦ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ୨୦୧୬ ମସିହା ଏପ୍ରିଲ ୭ ତାରିଖରେ ବଲାଙ୍ଗିର ଟାଉନ ଥାନାରେ ରୁଜୁ ହୋଇଥିବା ଏକ ଦୁଷ୍କର୍ମ ମାମଲା ତତ୍କାଳୀନ ସମୟରେ ବେଶ୍ ହଇଚଇ ସୃଷ୍ଟି କରିଥିଲା।

Advertisment

ବ୍ରହ୍ମଣପଡାର ୨୨ ବର୍ଷୀୟ ସୁମିତ ମଲ୍ଲିକ ବାରମ୍ୱାର ନିଜର ଦୁଇ ସଂପର୍କୀୟ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଦୁଇ ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ବିଧବା ମା’ ପର ଘରେ କାମ କରି ପରିବାର ପୋଷୁଥିଲେ। ହେଲେ ମା’ କାମକୁ ଯାଉଥିବା ବେଳେ ଏହାର ଫାଇଦା ଉଠାଇ ସୁମିତ୍ ତାଙ୍କ ଘରକୁ ଆସି ନିଜର ଦୁଇ ସଂପର୍କୀୟ ଭଉଣୀଙ୍କୁ ବାରମ୍ୱାର ଦୁଷ୍କର୍ମ କରୁଥିଲା।

ପରବର୍ତ୍ତୀ ଏହା ଜାଣିପାରିଥିଲେ ବିଧମା ମା’। ଯାହା ପରେ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତ ସୁମିତକୁ ଗିରଫ କରି ପକ୍‌ସୋ ଆକ୍ଟ ଆଧାରରେ କୋର୍ଟ ଚାଲାଣ କରିଥିଲା। ସେବେଠାରୁ ଅଭିଯୁକ୍ତ ବିଚାରଧୀନ କଏଦୀ ଭାବେ ବଲାଙ୍ଗିର ଜେଲରେ ଥିଲା। ସେ ସମୟର ଟାଉନ ଥାନା ପୁଲିସ୍ ସବ-ଇନ୍ସପେକ୍ଟର ତପସ୍ୱିନୀ ସେଠ ମାମଲାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲେ।

Advertisment

ଏହି ମାମଲାର ବିଚାର କରି ବଲାଙ୍ଗିର ଫାଷ୍ଟଟ୍ରାକ ଏବଂ ସ୍ୱତନ୍ତ୍ର ପକ୍‌ସୋ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର, ସୁମିତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରିଛନ୍ତି। ଦଣ୍ଡସ୍ୱରୂପ ଅଭିଯୁକ୍ତକୁ ୨୦ ବର୍ଷର ଜେଲ୍ ଦଣ୍ଡ ସହ ୫୦ ହଜାର ଟଙ୍କାର ଫାଇନ କରିଛନ୍ତି ପକ୍‌ସୋ କୋର୍ଟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe