Advertisment

ସାତ ମାସର ଗର୍ଭବତୀ, ତଥାପି ଜୀବନକୁ ବାଜି ଲଗାଇ କରୁଛନ୍ତି କରୋନା ରୋଗୀଙ୍କ ସେବା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସାରା ଦେଶରେ କରୋନାର ଦ୍ୱିତୀୟ ଲହରର କୋପ ଜାରି ରହିଛି । କରୋନା କେବେ କମୁଛି ତ ପୁଣି କେବେ ବଢୁଛି। ତଥାପି ଏହା ବିରୋଧରେ ଲଢ଼େଇ ଜାରି ରହିଛି । ଆଉ ଏହି ଯୁଦ୍ଧରେ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସଙ୍କ ଭଳି ମେଡିକାଲ ଷ୍ଟାଫ। କିନ୍ତୁ ଦୁଇ ନର୍ସ ଗର୍ଭବତୀ ଥାଇ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କରେ ନିଜକୁ ନିୟୋଜିତ କରିଛନ୍ତି। ଆମେ କହୁଛୁ ବଲାଙ୍ଗିର […]

ଅଦ୍ୟତନ ହୋଇଛି
ସାତ ମାସର ଗର୍ଭବତୀ, ତଥାପି ଜୀବନକୁ ବାଜି ଲଗାଇ କରୁଛନ୍ତି କରୋନା ରୋଗୀଙ୍କ ସେବା

pragati-and-jyotsna

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସାରା ଦେଶରେ କରୋନାର ଦ୍ୱିତୀୟ ଲହରର କୋପ ଜାରି ରହିଛି । କରୋନା କେବେ କମୁଛି ତ ପୁଣି କେବେ ବଢୁଛି। ତଥାପି ଏହା ବିରୋଧରେ ଲଢ଼େଇ ଜାରି ରହିଛି । ଆଉ ଏହି ଯୁଦ୍ଧରେ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସଙ୍କ ଭଳି ମେଡିକାଲ ଷ୍ଟାଫ। କିନ୍ତୁ ଦୁଇ ନର୍ସ ଗର୍ଭବତୀ ଥାଇ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କରେ ନିଜକୁ ନିୟୋଜିତ କରିଛନ୍ତି। ଆମେ କହୁଛୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କଥା। ସେହି ଦୁଇ ନର୍ସ ହେଉଛନ୍ତି ପ୍ରଗତୀ ପୁଟେଲ ଏବଂ ଜ୍ୟୋସ୍ନାମୟୀ ତାଣ୍ଡି। ଏହି ଦୁଇ କୋଭିଡ ଯୋଦ୍ଧା ଗର୍ଭବତୀ ସତ୍ତ୍ୱେ କେମିତି କରୋନା ଲଢ଼େଇର ମୁକାବିଲା କରୁଛନ୍ତି, ଆସନ୍ତୁ ଜାଣିବ।

Advertisment

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲଜୁରୀ ଗାଁରେ ପ୍ରଗତୀ ପୁଟେଲଙ୍କ ଘର। ସେ ଷ୍ଟାଫ ନର୍ସ ଭାବେ କାମ କରୁଛନ୍ତି। ଅନ୍ୟମାନଙ୍କ ଭଳି ଇଏ ମଧ୍ୟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଡ୍ୟୁଟି କରନ୍ତି । କୋଭିଡ ପାଇଁ ତାଙ୍କୁ ନିଯୁକ୍ତି ମିଳିଛି । କିନ୍ତୁ ଅନ୍ୟମାନଙ୍କ ଠାରୁ ତାଙ୍କ ଡ୍ୟୁଟି ଭିନ୍ନ, କାରଣ ପ୍ରଗତୀ ଏବେ ସାତ ମାସର ଗର୍ଭବତୀ । ତଥାପି ବିପଦକୁ ଖାତିର ନାହିଁ । ଅନ୍ୟକୁ ସେବା ଯୋଗେଇଦେବା ପାଇଁ ହସପିଟାଲର ଏସଏନସିୟୁରେ ଜାରି ରହିଛି ତାଙ୍କର ସେବା।

ଗୁରୁତର ଛୋଟ ଛୋଟ ଶିଶୁଙ୍କ ସେବା ଓ ଯତ୍ନ ନେଉଛନ୍ତି ପ୍ରଗତୀ। ସେ ବଲାଙ୍ଗିରରୁ ୬୦ କିଲୋମିଟର ଦୂର ନିଜ ଗାଁରୁ ହସ୍ପିଟାଲକୁ ଯିବା ଆସିବା କରୁଥିଲେ। କିନ୍ତୁ ଏବେ ନାଇଟ ଡ୍ୟୁଟି ପଡିବା ପରେ ସେ ବଲାଙ୍ଗିର ସହରର ଗାନ୍ଧିନଗର ପଡାରେ ଏକ ଭଡ଼ା ଘରେ ରହୁଛନ୍ତି। ରାତି ହେଲେ ଘର କାମ ସାରି ନିଜକୁ କୋଭିଡ୍ ଯୋଦ୍ଧା ଭାବରେ ସଜ୍ଜିତ କରନ୍ତି। ମୁହଁରେ ମାସ୍କ, ମୁଣ୍ଡରେ କ୍ୟାପ ପିନ୍ଧି ବାହାରି ପଡନ୍ତି ଯୁଦ୍ଧକ୍ଷେତ୍ରକୁ। ସ୍ୱାମୀ ରାଜୀବ ପୁଟେଲ ପ୍ରତିଦିନ ପ୍ରଗତୀଙ୍କୁ ନେବା ଆଣିବା କରନ୍ତି।

Advertisment

ପେଟରେ ସାତ ମାସର ଶିଶୁ। ଏହି ସମୟରେ ମହିଳା ମାନଙ୍କୁ ବହୁତ ସାବଧାନ ରହିବାକୁ ପଡ଼େ । କିନ୍ତୁ ନିଜେ ଜଣେ ନର୍ସ ହୋଇଥିବାରୁ ପ୍ରଗତୀ ସେବାକୁ ଜୀବନର ମୂଳମନ୍ତ୍ର ଭାବି ବାକି ସବୁକିଛି ଭୁଲି ନିଜର ଡ୍ୟୁଟି କରୁଛନ୍ତି। ଗତ ବର୍ଷ ମଧ୍ୟ କରୋନା ସମୟରେ ତାଙ୍କୁ ଡ୍ୟୁଟି କରିବା ପାଇଁ ସୁଯୋଗ ମିଳିଥିଲା। ସେହି ସମୟରେ ମଧ୍ୟ ପ୍ରଗତୀ ଗର୍ଭବତୀ ଥିଲେ। କିନ୍ତୁ ଡ୍ୟୁଟି କରୁ କରୁ ଗର୍ଭନଷ୍ଟ ହୋଇଯାଇଥିଲା। କିନ୍ତୁ ତାକୁ ଖାତିର ନକରି ଏଥର ପୁଣିଥରେ ସୁଯୋଗ ମିଳିବା ପରେ ଆରମ୍ଭ ହୋଇଛି ପ୍ରଗତୀଙ୍କ କରୋନା ଯୁଦ୍ଧ। ରେଗୁଲାର ପୋଷ୍ଟ ହୋଇନଥିଲେ ମଧ୍ୟ ସେ ଆନ୍ତରିକତାର ସହ ନିଜର ଡ୍ୟୁଟି କରୁଛନ୍ତି।

ପ୍ରଗତୀଙ୍କ ଭଳି ଆଉ ଜଣେ ନର୍ସ ହେଉଛନ୍ତି ଜ୍ୟୋସ୍ନାମୟୀ ତାଣ୍ଡି। ବଲାଙ୍ଗିର ସହର ଡୁଙ୍ଗୁରୀପଡାରେ ତାଙ୍କର ଘର। ସେ ମଧ୍ୟ ସାତ ମାସର ଗର୍ଭବତୀ। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲର କୋଭିଡ ଆଇସୋଲେସନ ୱାର୍ଡରେ ଡ୍ୟୁଟି ମିଳିଛି, ଯେଉଁଠି ଗୁରୁତର କରୋନା ରୋଗୀ ମାନେ ଚିକିତ୍ସିତ ହୁଅନ୍ତି। ଆଇସୋଲେସନର ୱାର୍ଡରେ ରିସ୍କ ଥାଇ କି ସେ ଡ୍ୟୁଟି କରିବାକୁ ପଛାଇ ନାହାନ୍ତି।

ଜଣେ ମହିଳା ଗର୍ଭବତୀ ହେବା ପରେ ସୁଷମ ଖାଦ୍ୟ, ଔଷଧ ଖାଇବାଠୁ ଆରମ୍ଭ କରି ଅନେକ ସାବଧାନତା ଅବଲମ୍ବନ କରିଥାଏ। ବସିବା ଉଠିବା, ଚାଲିବା ସବୁକିଛିରେ ଧ୍ୟାନ ଦେବାକୁ ପଡିଥାଏ। କିନ୍ତୁ ଏସବୁକୁ ଖାତିର ନକରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ପ୍ରଗତୀ ଓ ଜ୍ୟୋସ୍ନା ସଂଘର୍ଷ ଜାରି ରଖିଛନ୍ତି। ଏମାନଙ୍କ ଡ୍ୟୁଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଖୁବ୍ ପ୍ରଶଂସା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe