Advertisment

୨.୩୪ ଲକ୍ଷ ଜମା କରିବାକୁ ଆସିଥିଲେ ମଦ ଦୋକାନ କର୍ମଚାରୀ, ଝାମ୍ପି ନେଲେ ଲୁଟେରା

କଣ୍ଟାବାଞ୍ଜି ୨ ନମ୍ବର ମଦ ଦୋକାନର କର୍ମଚାରୀ ସୁନୀଲ ପ୍ରସାଦ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଇଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି।

ଅଦ୍ୟତନ ହୋଇଛି
Bank Front

Bank Front

Advertisment

ବ୍ୟାଙ୍କ ସାମ୍ନାରୁ ଝାମ୍ପି ନେଲେ ପ୍ରାୟ ୨ ଲକ୍ଷ ୩୪ ହଜାର ଟଙ୍କା। କଳା ପଲସରରେ ଆସି ଅପରାଧୀମାନେ ଆଜି ଦିନୁଟାରେ ଏଭଳି ଆତଙ୍କ ଖେଳାଇଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରୁ ଏହି ଲୁଟ୍ ହୋଇଛି। କଣ୍ଟାବାଞ୍ଜି ୨ ନମ୍ବର ମଦ ଦୋକାନର କର୍ମଚାରୀ ସୁନୀଲ ପ୍ରସାଦ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଇଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି।

Advertisment

ସୁନୀଲ କହିଛନ୍ତି, ସେ ବ୍ୟାଙ୍କକୁ ୨ ଲକ୍ଷ ୩୩ ହଜାର ୯୦୦ ଟଙ୍କା ଡିପୋଜିଟ୍ କରିବାକୁ ଯାଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିଲେ। ଲୁଟ୍‌ ପରେ ସେମାନେ କ୍ଷଣିକ ଭିତରେ ଘଟଣାସ୍ଥଳରୁ ବାଇକ୍‌ରେ ଫେରାର ହୋଇଯାଇଥିଲେ।

ଅଭିଯୋଗ ପାଇ ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୁଲିସ ପହଂଚି ତଦନ୍ତ ଆରମ୍ଭ କରୁଛି। ବ୍ୟାଙ୍କର ସିସିଟିଭିକୁ ତନ୍ନ ତନ୍ନ ଯାଞ୍ଚ କରିବା ପରେ ଲୁଟ କରିଥିବା ଦୁଇ ଅପରାଧୀ ମୁହଁରେ କପଡା ଓ ହେଲମେଟ ପିନ୍ଧିଥିବା ଦେଖିବାକୁ ମିଳୁଛି। ଏଥିପାଇଁ ସେମାନଙ୍କ ମୁହଁ ଠିକରେ ଜଣାପଡୁନାହିଁ।

Advertisment

ଆଗରୁ ମଧ୍ୟ ଅନେକ ସମୟରେ ସ୍ଥାନୀୟ ଅଞ୍ଚଳରେ ଏମିତି ଟଙ୍କା ଡିପୋଜିଟ କିମ୍ବା ଟଙ୍କା ଉଠାଣ ସମୟରେ ଲୋକେ ଲୁଟର ଶିକାର ହୋଇଛନ୍ତି। ତେବେ ଏସମ୍ପର୍କରେ କଣ୍ଟାବାଞ୍ଜି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Bank Timing Robbery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe