/odisha-reporter/media/post_attachments/uploadimage/library/16_9/16_9_0/Blast_1682670568.jpg)
Blast
ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି। ବୋମା ତିଆରି ସମୟରେ ବିସ୍ପୋରଣ ଘଟି ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ କାରଖାନାର ୨ ବରିଷ୍ଠ ଟେକ୍ନିସିଆନ ବୋଲି ଜଣାପଡ଼ିଛି। ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ଡି. ବି.ଡ଼ବ୍ଲୁ ଗୌତମ ମହାନନ୍ଦ ଏବଂ ଜଏଣ୍ଟ ୱାର୍କ ମ୍ୟାନେଜର ସରୋଜ କୁମାର ପଣ୍ଡା।
ମିଳିଥିବା ସୂଚନା ଅନୁସାରେ, ଆଜି ୟୁନିଟ -3 ରେ ଥିବାଗୋଳାବାରୁଦ କାରଖାନାରେ ବୋମା ତିଆରି ପାଇଁ କେମିକାଲ ମିଶ୍ରଣ କରାଯାଉଥିଲା। ସେହି ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣ ହୋଇଥିଲା। ଏଥିରେ ଗୌତମ ମହାନନ୍ଦ ଓ ସରୋଜ କୁମାର ପଣ୍ଡା ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ବଡ଼ମାଳର ଆୟୁଧ ନିର୍ମାଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।
ଗୌତମଙ୍କର ୨ଆଖି ଓ ଗୋଟିଏ ହାତରେ ଆଘାତ ଲାଗିଥିବା ବେଳେ ସରୋଜଙ୍କର ଗୋଟିଏ ଆଖି ଓ ଦୁଇଟି ହାତରେ ଆଘାତ ଲାଗିଛି। ବିସ୍ଫୋରଣରେ ଉଭୟଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
