Advertisment

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୨ ବରିଷ୍ଠ ଟେକ୍ନିସିଆନ ଗୁରୁତର

ଆଜି ୟୁନିଟ -3 ରେ ବୋମା ତିଆରି ପାଇଁ କେମିକାଲ ମିଶ୍ରଣ କରାଯାଉଥିଲା। ସେହି ସମୟରେ କୌଣସି କାରଣରୁ ହଠାତ ବିସ୍ପୋରଣ ହୋଇଥିଲା।

ଅଦ୍ୟତନ ହୋଇଛି
Blast

Blast

Advertisment

ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି। ବୋମା ତିଆରି ସମୟରେ ବିସ୍ପୋରଣ ଘଟି ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ କାରଖାନାର ୨ ବରିଷ୍ଠ ଟେକ୍ନିସିଆନ ବୋଲି ଜଣାପଡ଼ିଛି। ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ଡି. ବି.ଡ଼ବ୍ଲୁ ଗୌତମ ମହାନନ୍ଦ ଏବଂ ଜଏଣ୍ଟ ୱାର୍କ ମ୍ୟାନେଜର ସରୋଜ କୁମାର ପଣ୍ଡା।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ୟୁନିଟ -3 ରେ ଥିବାଗୋଳାବାରୁଦ କାରଖାନାରେ  ବୋମା ତିଆରି ପାଇଁ କେମିକାଲ ମିଶ୍ରଣ କରାଯାଉଥିଲା। ସେହି ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣ ହୋଇଥିଲା। ଏଥିରେ ଗୌତମ ମହାନନ୍ଦ ଓ ସରୋଜ କୁମାର ପଣ୍ଡା ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ବଡ଼ମାଳର ଆୟୁଧ ନିର୍ମାଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

ଗୌତମଙ୍କର ୨ଆଖି ଓ ଗୋଟିଏ ହାତରେ ଆଘାତ ଲାଗିଥିବା ବେଳେ ସରୋଜଙ୍କର ଗୋଟିଏ ଆଖି ଓ  ଦୁଇଟି ହାତରେ  ଆଘାତ ଲାଗିଛି।  ବିସ୍ଫୋରଣରେ ଉଭୟଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯାଇଛି। 

Advertisment
Balangir Crackers Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe