Advertisment

ଅଚିହ୍ନା ମୃତଦେହର ସତ୍କାର କଲା ପୁଲିସ୍, ମୁଖାଗ୍ନି ଦେଲେ ଏସଡିପିଓ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଅଚିହ୍ନା ଶବକୁ କାନ୍ଧ ଦେଲା ପୁଲିସ୍। ଆଉ ଶେଷକୃତ୍ୟ ବି ସମ୍ପନ୍ନ କଲା। ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ଯେଉଁଠାରେ ଜଣେ ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ବୃଦ୍ଧର କେହି ସମ୍ପର୍କୀୟ ନଥିବାରୁ ପୁଲିସ୍ ମହାନତାର ପରିଚୟ ଦେଖାଇ ପୂର୍ଣ୍ଣ ରୀତିନୀତି ଅନୁସାରେ ମୃତଦେହକୁ ଚାରି କାନ୍ଧରେ ବୋହି ଶବଦାହ କରିଥିଲା। କଣ୍ଟାବାଞ୍ଜି ପୁଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅଚିହ୍ନା ମୃତଦେହର ସତ୍କାର କଲା ପୁଲିସ୍, ମୁଖାଗ୍ନି ଦେଲେ ଏସଡିପିଓ

kantabanji

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଅଚିହ୍ନା ଶବକୁ କାନ୍ଧ ଦେଲା ପୁଲିସ୍। ଆଉ ଶେଷକୃତ୍ୟ ବି ସମ୍ପନ୍ନ କଲା। ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ଯେଉଁଠାରେ ଜଣେ ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ବୃଦ୍ଧର କେହି ସମ୍ପର୍କୀୟ ନଥିବାରୁ ପୁଲିସ୍ ମହାନତାର ପରିଚୟ ଦେଖାଇ ପୂର୍ଣ୍ଣ ରୀତିନୀତି ଅନୁସାରେ ମୃତଦେହକୁ ଚାରି କାନ୍ଧରେ ବୋହି ଶବଦାହ କରିଥିଲା। କଣ୍ଟାବାଞ୍ଜି ପୁଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Advertisment

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ରହୁଥିବା ବୃଦ୍ଧ ଜଣକ ଭିକ ମାଗି ଚଳୁଥିଲେ। ହେଲେ ଗତ ୧୬ ତାରିଖ ଦିନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତିନି ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କେହି ସମ୍ପର୍କୀୟ ନ ଆସିବାରୁ ବୃଦ୍ଧର ଶବ ସତ୍କାର ପାଇଁ ଅଣ୍ଟା ଭିଡିଥିଲା ପୁଲିସ ପ୍ରଶାସନ। ଶେଷରେ କଣ୍ଟାବାଞ୍ଜି ଏସଡିପିଓ ଡା. ହୃଷିକେଶ ମେହେରଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଓ ସମସ୍ତ ପୁଲିସଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜି ହସ୍ପିଟାଲରୁ ଚାରି କାନ୍ଧ ଦେଇଥିଲେ ଚାରି ପୁଲିସ ଅଧିକାରୀ।

ଏସଡିପିଓ ଡା. ହୃଷିକେଶ ମେହେର, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଓ ଆଉ ଦୁଇ ପୁଲିସ ଅଧିକାରୀ ନିଜ ନିଜର କାନ୍ଧରେ ବୃଦ୍ଧର ମୃତଦେହକୁ ଶ୍ମଶାନ ଘାଟକୁ ନେଇଥିଲେ। ପୁଲିସକୁ ମଧ୍ୟ ସହରର ସମାଜସେବୀ ଓ କିଛି ଯୁବଗୋଷ୍ଠୀ ମଧ୍ୟ ସହାୟତା କରିଥିଲେ। ଶ୍ମଶାନରେ ଖୋଦ ଏସଡିପିଓ ବୃଦ୍ଧଙ୍କୁ ମୁଖାଗ୍ନି ଦେଇଥିଲେ। ପୁଲିସ ମଧ୍ୟ ବାରମ୍ବାର ସ୍ଲୋଗାନ ଦେଇଆସୁଛି, ‘ଯାହାର କେହି ନାହିଁ ତାହାର ପୁଲିସ ଅଛି’। କଣ୍ଟାବାଞ୍ଜି ପୁଲିସର ଏଭଳି ପଦକ୍ଷେପକୁ ସବୁଠି ପ୍ରଶଂସା କରାଯାଉଛି।

Advertisment

ତେବେ ଏ କେବଳ ଗୋଟିଏ ଘଟଣା ନୁହେଁ। ଆଗରୁ ଅନେକ ସମୟରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଆସିଛି କଣ୍ଟାବାଞ୍ଜି ପୁଲିସ। ଗତବର୍ଷ କରୋନା ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି ଯୋଗୁ ଲକଡାଉନ ଓ ସଟଡାଉନ ହୋଇଥିଲା। ଲୋକେ ଘରୁ ବାହାରୁନଥିବା ବେଳେ ସେହି ସମୟରେ କଣ୍ଟାବାଞ୍ଜି ପୁଲିସ୍ ମାଓ ପ୍ରବଣ ତୁରେକେଲା ବ୍ଲକର ବିଭିନ୍ନ ଗାଁ ଗାଁକୁ ଯାଇ ଲୋକଙ୍କୁ ସଚେତନ କରି ରନ୍ଧା ଖାଦ୍ୟ ବଣ୍ଟନ ସହ ଲୋକଙ୍କୁ ସଚେତନ କରିଥିଲା। କେବଳ ଏ ଗୋଟିଏ କି ଦୁଇଟି ଘଟଣା ନୁହେଁ ଅନେକ ସମୟରେ ଦୁର୍ଘଟଣାରେ ଆହତ ଲୋକଙ୍କୁ ମଧ୍ୟ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି ଏହି ପୁଲିସ ଅଧିକାରୀ।