Advertisment

ବରଗଡ଼ରେ ଲୁଚିଥିଲା ଗୁଡୁ ମୁସଲିମର ଡ୍ରାଇଭର, ୟୁପି ଏସ୍‌ଟିଏଫ୍‌ ଟିମ୍‌ର ତନାଘନା

ଉମେଶ ପାଲ ହତ୍ୟାକାଣ୍ଡ ପରେ ଗୁଡୁ ମୁସଲିମ ଫେରାର ହୋଇଯାଇଛି। ପୁଲିସ ତାକୁ ଧରିବାକୁ ଏ ରାଜ୍ୟରୁ ସେ ରାଜ୍ୟକୁ ଘୂରି ବୁଲୁଛି।

ଅଦ୍ୟତନ ହୋଇଛି
Guddu Muslim

Guddu Muslim

Advertisment

ପୁଲିସକୁ ଚକମା ଦେବାକୁ ନିୟମିତ ଠିକଣା ବଦଳାଉଥିବା ଗୁଡୁ ମୁସଲିମର ଶେଷ ଠିକଣା ପୁରୀ ଥିଲା ବୋଲି ଗତକାଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ତେବେ ଗୁଡୁ ମୁସଲିମ ପୁରୀ ସହ ସହ ବରଗଡ଼ରେ ମଧ୍ୟ ରହୁଥିଲା ବୋଲି ଏବେ ଚର୍ଚ୍ଚା ହେଉଛି।  ୟୁପିର ଏସ୍‌ଟିଏଫ୍‌ ଟିମ୍ ବରଗଡ଼ ଆସି ରାଜା ଖାନ ନାମକ ଯୁବକଙ୍କୁ ପଚରାଉଚରା କରିଛି। ରାଜା ଖାନ ହେଉଛନ୍ତି ଗୁଡୁ ମୁସଲିମର ଡ୍ରାଇଭରର ସହଯୋଗୀ। ରାଜାଙ୍କ ପାଖରେ ଗୁଡୁ ମୁସଲିମର ଡ୍ରାଇଭର ଲୁଚି ରହିଥିବା ୟୁପିର ଏସ୍‌ଟିଏଫ୍‌ ଟିମ୍ ମୋବାଇଲ୍ ଟ୍ରାକିଂରୁ ଜାଣିପାରିଥିଲା। ତେଣୁ ଟିମ୍ ବରଗଡ଼ ଆସି ରାଜାଙ୍କୁ ଜେରା କରିଛି।

Advertisment

ନିଜ ଡ୍ରାଇଭର ସହ ଗୁଡୁ ମୁସଲିମର ଘନିଷ୍ଠ ସମ୍ପର୍କ ଥିଲା। ଯଦି ଡ୍ରାଇଭର ବରଗଡ଼ରେ ଆସି ରହୁଥିଲା, ତାହାହେଲେ ଗୁଡ଼ୁ ମୁସଲିମ ମଧ୍ୟ ବରଗଡ଼ ଆସି ରହିଥିବା ସନ୍ଦେହ କରାଯାଉଛି।

ରାଜା ଖାନ ହେଉଛନ୍ତି ସୁନ୍ଦରଗଡ଼ର ବାସିନ୍ଦା। ସେ ଦୀର୍ଘଦିନ ହେବ ବରଗଡ଼ ଜିଲ୍ଲାରେ ରହି ବ୍ୟବସାୟ କରୁଛନ୍ତି। 

Advertisment

ରାଜାଙ୍କ ସହ ଗୁଡୁ ମୁସଲିମର ଡ୍ରାଇଭର କେତେ ଦିନର ସମ୍ପର୍କ? ବ୍ୟବସାୟିକ ସମ୍ପର୍କ ଥିଲା ନ ଆଉ କିଛି ସମ୍ପର୍କ ରହିଥିଲା? ରାଜା କେବେ ଉତ୍ତର ପ୍ରଦେଶ ଯାଇଛନ୍ତି କି? ରାଜାଙ୍କ ନାଁରେ ଥାନାରେ ମାମଲା ଅଛି କି? ସେନେଇ ପୁଲିସ ତନାଘନା ଚଲାଇଛି। 

ୟୁପିର ଏସ୍‌ଟିଏଫ୍‌ ଟିମ୍ ବରଗଡ଼ ଆସିଥିବା ବରଗଡ଼ ଏସ୍‌ପି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ୟୁପିର ଏସ୍‌ଟିଏଫ୍‌ର ୫ ଜଣିଆ ଟିମ୍ ୧୮ ତାରିଖରେ ବରଗଡ଼ ଆସିଥିଲେ। ଦୁଇ ଦିନ ଯାଏଁ ବରଗଡ଼ରେ ରହି ଜଣେ ବ୍ୟକ୍ତିକୁ ଜେରା କରିଥିଲେ। ୧୮ ଓ ୧୯ ତାରିଖ  ଦୁଇ ଦିନ ୟୁପିର ଏସ୍‌ଟିଏଫ୍‌ ଟିମ୍ ବରଗଡ଼ରେ ରହିଥିଲେ। ଗତକାଲି ଏଠାରୁ ସେମାନେ ଯାଇଥିଲେ। ବରଗଡ଼ ଆସିବା ପରେ STF ଟିମ୍‌ ଆମକୁ ଅବଗତ କରିଥିଲେ।

ସେହିପରି ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର କହିଛନ୍ତି, ଭେରିଫିକେସନ ପାଇଁ ୟୁପିର ଏସ୍‌ଟିଏଫ୍‌ ଟିମ୍ ବରଗଡ଼ ଆସିଥିଲେ। ଜଣେ ଲୋକକୁ ଜେରା କରିଛନ୍ତି। ଆଇନ ଅନୁସାରେ ଭେରିଫିକେସନ ପାଇଁ ସହାୟତା କରିଥିଲୁ।

ଅନ୍ୟପକ୍ଷରେ ଗୁଡୁ ମୁସଲିମ ଘଟଣା ନେଇ ଡିଜି କ୍ୟାମ୍ପ ଅଫିସରେ ପୁଲିସ ଡିଜି ସୁନୀଲ ବଂଶଲ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଛି। ଏହି ବୈଠକରେ ଆଇନଶୃଙ୍ଖଳା ଏଡିଜିଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ଉମେଶ ପାଲ ହତ୍ୟାକାଣ୍ଡ ପରେ ଗୁଡୁ ମୁସଲିମ ଫେରାର ହୋଇଯାଇଛି। ପୁଲିସ ତାକୁ ଧରିବାରୁ ଏ ରାଜ୍ୟରୁ ସେ ରାଜ୍ୟ ବୁଲୁଛି। ହେଲେ ଗୁଡୁ ମୁସଲିମ ନିୟମିତ ତା’ର ଠିକଣା ବଦଳାଇ ଚାଲିଛି। ଗୁଡୁ ମୁସଲିମକୁ ଧରିବାକୁ ପୁଲିସ୍‌ ଏକାଧିକ ଟିମ ଗଠନ କରିଛି। ଏହାସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।

Guddu Muslim Balangir Encounter Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe