Advertisment

ଜିପିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ତୁରେକେଲା ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର (GPO)। ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର ଜଣକ ହେଉଛନ୍ତି ଗୋବିନ୍ଦ ଭୋଇ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିପିଓଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି। ଏହି କ୍ରମରେ ଭିଜିଲାନ୍ସ ଆଜି କଣ୍ଟାବାଞ୍ଜି ପଟେଲ […]

ଜିପିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

gpo

Advertisment

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ତୁରେକେଲା ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର (GPO)। ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର ଜଣକ ହେଉଛନ୍ତି ଗୋବିନ୍ଦ ଭୋଇ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିପିଓଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି।

Advertisment

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି। ଏହି କ୍ରମରେ ଭିଜିଲାନ୍ସ ଆଜି କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ଜିପିଓ ଗୋବିନ୍ଦ ଭୋଇଙ୍କ ବାସଭବନ ସହ ତାଙ୍କ ଧଣ୍ଡାମୁଣ୍ଡା ପୈତୃକ ବାସ ଭବନ, ତୁରେକେଲା ବ୍ଲକ, ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଏବଂ ତାଙ୍କ ଫଟୋ ଷ୍ଟୁଡିଓରେ ଚଢ଼ାଉ କରିଛି।

ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର ଗୋବିନ୍ଦ ଭୋଇଙ୍କ ନାଁ ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଗୋବିନ୍ଦ ଭୋଇଙ୍କ ବାସ ଭବନରେ ଚଢ଼ାଉ କରି ତଦନ୍ତ ଜାରି ରହିଛି। ତାଙ୍କର ସ୍ତ୍ରୀଙ୍କ ନାଁରେ ବ୍ୟାଙ୍କରେ ଲକର ରହିଛି। ଏହାସହ ଅନେକ କାଗଜ ପତ୍ର ମିଳିଛି। ତାଙ୍କ ଘରୁ କିଛି ଏଟିଏମ୍ କାର୍ଡ ରହିଛି। ତାଙ୍କର କେତେ ସ୍ଥାବରର ସମ୍ପତ୍ତି ଅଛି ଏଯାଏଁ ଅସ୍ପଷ୍ଟ ହୋଇନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe