Advertisment

ହତ୍ୟାକାରୀଙ୍କୁ ଗିରଫ କର? ମୃତଦେହ ରଖି ପ୍ରତିବାଦ କଲେ ଗାଁ ଲୋକେ

ଆଖି ଆଗରେ ପୁଅର ମୃତଦେହ ଦେଖି ପରିବାର ଲୋକ ଭାଙ୍ଗି ପଡ଼ିଥିଲେ। ଘରୁ ଡାକିନେଇଥିବା ଯୁବକମାନେ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ।

author-image
Manoranjan Sial
Kantabanji

Kantabanji

ହତ୍ୟାକାରୀଙ୍କୁ ଗିରଫ କର? ଏପରି ଅଭିଯୋଗ ଆଣି ରାସ୍ତାରେ ମୃତଦେହ ରଖି ପ୍ରତିବାଦ କଲେ ପରିବାର ଲୋକ। ଅଭିଯୋଗକୁ ଭିତ୍ତି କରି ସିନ୍ଧେକେଲା ଥାନା ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବୁଝାସୁଝା ପରେ ଏବେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି।

Advertisment

ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ପଣ୍ଡରୀପାଣି ଗାଁ ହଂସପଡ଼ାର ପଦ୍ମନ ହଂସ ଜଳ ଯୋଗାଣ ପ୍ରକଳ୍ପରେ ଚେନ୍‌ ମେଶିନ୍‌ ଅପରେଟର ଭାବେ କାମ କରୁଥିଲେ। ଭଲ ରୋଜଗାର ମଧ୍ୟ କରୁଥିଲେ। କିଛି ଦିନ ତଳେ ସେ ଘରକୁ ଫେରିଥିଲେ। ତେବେ ଗତ ୧୩ ତାରିଖରେ ୩ ଜଣ ଯୁବକ ଗାଁକୁ ଆସି କାମ ଥିବା କହି ତାଙ୍କୁ ଘରୁ ଡାକି ନେଇ ଯାଇଥିଲେ।

ଶୁକ୍ରବାର ପଦ୍ମନ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କଣ୍ଟାବାଞ୍ଜି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇନଥିଲା। କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ମେଡ଼ିକାଲ୍‌ରେ ପହଞ୍ଚି ପୁଅର ମୃତଦେହ ଦେଖିବାକୁ ପାଇଥିଲେ। ଆଖି ଆଗରେ ପୁଅର ମୃତଦେହ ଦେଖି ପରିବାର ଲୋକ ଭାଙ୍ଗି ପଡ଼ିଥିଲେ। ଘରୁ ଡାକିନେଇଥିବା ଯୁବକମାନେ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ।

Advertisment

ପରେ ପରିବାର ଲୋକ ସିନ୍ଧେକେଲା- ବଙ୍ଗୋମୁଣ୍ଡା ରାସ୍ତାର ହଂସପଡ଼ାଠାରେ ମୃତଦେହ ରଖି ପ୍ରତିବାଦ କରିଥିଲେ। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାରୋକ କରିଥିଲେ। ପୁଅକୁ ଡାକିନେଇଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଖବର ପାଇ ସିନ୍ଧେକେଲା ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୁଝାସୁଝା କରିବା ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଛି। ପଦ୍ମନଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Murder Balangir Crime