Advertisment

ସ୍ୱାମୀ ଘର ଆଗରେ ପୁଅକୁ ଧରି ଧାରଣାରେ ବସିଲେ ସ୍ତ୍ରୀ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସାତ ଜନମର ସାଥି ହେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇ, ନୂଆ ଜୀବନ ଆରମ୍ଭ କରିଥାଆନ୍ତି ସ୍ୱାମୀ ସ୍ତ୍ରୀ। କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀ ଭିତରେ କଳହ ହୋଇ ସୃଷ୍ଟି ହୁଏ ଝଡ଼। ଆଉ ମାମଲା ପହଞ୍ଚିଯାଏ କୋର୍ଟରେ। ବିଭିନ୍ନ କୋର୍ଟରେ ଏମିତି ଅନେକ ମାମଲା ଚାଲିଥିବା ବେଳେ ଏବେ ନ୍ୟାୟ ପାଇଁ ନୂଆ ଫଣ୍ଡା ହାତକୁ ନେଇଛନ୍ତି ମହିଳା ମାନେ। ନ୍ୟାୟ ପାଇଁ ଏବେ ସ୍ୱାମୀଙ୍କ ଘର […]

ସ୍ୱାମୀ ଘର ଆଗରେ ପୁଅକୁ ଧରି ଧାରଣାରେ ବସିଲେ ସ୍ତ୍ରୀ

wife

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସାତ ଜନମର ସାଥି ହେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇ, ନୂଆ ଜୀବନ ଆରମ୍ଭ କରିଥାଆନ୍ତି ସ୍ୱାମୀ ସ୍ତ୍ରୀ। କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀ ଭିତରେ କଳହ ହୋଇ ସୃଷ୍ଟି ହୁଏ ଝଡ଼। ଆଉ ମାମଲା ପହଞ୍ଚିଯାଏ କୋର୍ଟରେ। ବିଭିନ୍ନ କୋର୍ଟରେ ଏମିତି ଅନେକ ମାମଲା ଚାଲିଥିବା ବେଳେ ଏବେ ନ୍ୟାୟ ପାଇଁ ନୂଆ ଫଣ୍ଡା ହାତକୁ ନେଇଛନ୍ତି ମହିଳା ମାନେ। ନ୍ୟାୟ ପାଇଁ ଏବେ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଉଛି ମହିଳା।

Advertisment

ବ୍ରହ୍ମପୁରର ତପସ୍ୱିନୀ ଘଟଣା ପରେ ଏବେ ବିଭିନ୍ନ ଜାଗାରେ ଘଟୁଛି ସମାନ ଘଟଣା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସହର ଟିକ୍ରାପଡାରେ। ଟିକ୍ରାପଡାର ବାସୁଦେବ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ଲୋପାମୂଦ୍ରା ମିଶ୍ରଙ୍କ ଭିତରେ ଗତ ୨୦୧୮ ମସିହାରେ କୌଣସି କାରଣକୁ ନେଇ ଦାମ୍ପତ୍ୟ କଳହ ଦେଖାଦେଇଥିଲା। କଳହ ଉଗ୍ର ରୂପ ଧାରଣ କରିବା ପରେ, ନିଜର ଯୌତୁକ ଜିନିଷ ପତ୍ର ସାଂଗରେ ନେଇ ଲୋପାମୁଦ୍ରା ସମ୍ୱଲପୁର ଠାରେ ଥିବା ନିଜ ବାପ ଘରକୁ ଚାଲି ଯାଇଥିଲେ।

ପ୍ରଥମେ ଥାନା ଓ ତାପରେ କୋର୍ଟରେ ଚାଲିଛି ମାମଲା। ଡିଭୋର୍ସ ପାଇଁ କୋର୍ଟରେ ମାମଲା ଚାଲିଥିବା ବେଳେ ହଠାତ ଆଜି ଠାରୁ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣା ଦେବା ଆରମ୍ଭ କରିଛନ୍ତି ଲୋପାମୂଦ୍ରା। ଲୋପାମୂଦ୍ରା ସମ୍ୱଲପୁରରୁ ଆସି, ଗତ କିଛି ମାସ ହେବ ବଲାଙ୍ଗିର ସହରର ତାଲପାଲି ପଡାରେ ଏକ ଭଡା ଘର ନେଇ ରହୁଥିଲେ। ଘର ମାଲିକ ଭଡା ଘରୁ ତଡିଦେବାରୁ ଏବେ ସ୍ୱାମୀଙ୍କ ସହିତ ରହିବା ପାଇଁ ଜିଦ୍ କରି ସେ ଧାରଣାରେ ବସିଛନ୍ତି।

Advertisment

ସେପଟେ ସଖି ସେଣ୍ଟର ତରଫରୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ବୁଝାସୁଜା କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି। ସାଂଗରେ ଏକ ସାତ ବର୍ଷର ପୁଅକୁ ଧରି ଲୋପାମୂଦ୍ରା ଶୀତ ରାତିରେ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିବା ଘଟଣାକୁ ନେଇ ସାରା ସହର ଭିତରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe