Advertisment

ଘର ଭିତରୁ ମିଳିଲା ମହିଳାଙ୍କ ମୃତଦେହ, କାରଣ ଅସ୍ପଷ୍ଟ

ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମାଧୁରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ହସ୍ପିଟାଲକୁ ପଠାଇ ଦେଇଛି। ଆଜି ସାଇଣ୍ଟିଫିକ ଟିମ୍‌ ତଦନ୍ତ ଆରମ୍ଭ କରିଛି।

author-image
Manoranjan Sial
Crime

Crime

ଭଡା ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ପହଂଚି ତଦନ୍ତ ଆରମ୍ଭ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଚଟୁଅନଖା ଗାଁର ମୁଖ୍ୟ ରାସ୍ତାରେ ରହିଛି ଅନୀଲ ଅଗ୍ରୱାଲଙ୍କ ଘର। ସେ ଲୋକଙ୍କୁ ଘର ଭଡାରେ ଦିଅନ୍ତି। ଅନୀଲଙ୍କ ଭଡ଼ା ଘରେ ବଙ୍ଗୋମୁଣ୍ଡା ଥାନା ତେଲିପଦର ଗାଁର ମାଧୁରୀ ଜାନି ରହୁଥିଲେ। ତାଙ୍କର ଦୁଇ ଛୁଆ ପିଉସାଙ୍କ ଘରେ ରହୁଥିଲେ। ଶୁକ୍ରବାର ଦିନ ତମାମ ମାଧୁରୀ ଘରର କବାଟ ଖୋଲିନଥିଲେ। ସେଥିପାଇଁ ଅନୀଲଙ୍କ ମନରେ ସନ୍ଦେହ ହୋଇଥିଲା। ତେଣୁ ସେ ଥାନାକୁ ଖବର ଦେଇଥିଲେ।

ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମାଧୁରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ହସ୍ପିଟାଲକୁ ପଠାଇ ଦେଇଛି। ଆଜି ସାଇଣ୍ଟିଫିକ ଟିମ୍‌ ତଦନ୍ତ ଆରମ୍ଭ କରିଛି। ସେପଟେ ମାଧୁରୀଙ୍କ ମୃତ୍ୟୁ କେମିତି ହେଲା? ତାହା ଏବେ ସନ୍ଦେହ ଘେରରେ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୁଲିସ। ସେପଟେ ଘଟଣା ସମ୍ପର୍କରେ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir