Advertisment

ଦାଦନ ଖଟିବାକୁ ଯାଇଥିଲେ ମହିଳା, ଘରକୁ ଫେରିବା ବେଳେ ଟ୍ରେନ୍‌ରେ ଜନ୍ମ ଦେଲେ ଶିଶୁ

ଏଭଳି ଘଟଣା ଦେଖିବାକୁ ମିଳିଛି ରାୟପୁରରୁ ଭବାନୀପାଟଣା ଆସୁଥିବା ପେସେଞ୍ଜର ଟ୍ରେନ ଭିତରେ।

ଅଦ୍ୟତନ ହୋଇଛି
Train

Train

Advertisment

ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ମହିଳା। ଗତକାଲି ରାତିରେ ସେ ସ୍ୱାମୀଙ୍କ ସହ ଫେରୁଥିବା ବେଳେ ଚଳନ୍ତା ଟ୍ରେନ ଭିତରେ ଛୁଆ ଜନ୍ମ ଦେଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟପୁରରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଟ୍ରେନ ଭିତରେ। ଏହି ମହିଳା ଜଣକ ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ କପାଣି ଗାଁ’ର ବିପିନ ଦୀପଙ୍କ ସ୍ତ୍ରୀ ସୁନ୍ଦର ସୋନି ଦୀପ।

Advertisment

ଟ୍ରେନ ଭିତରେ ପୁଅ ଜନ୍ମ ଦେଇଥିବା ବେଳେ ରେଲୱେ ପୁଲିସ କର୍ମଚାରୀ ହରିଶଙ୍କର ରେଳ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। କଣ୍ଟାବାଞ୍ଜିରେ ଟ୍ରେନ ପହଂଚିବା ଆଗରୁ ଷ୍ଟେସନରେ ଷ୍ଟେସନ ମାଷ୍ଟର, ଆର.ପି.ଏଫ ଆମ୍ବୁଲାନ୍ସ ସହ ପହଞ୍ଚି ସାରିଥିଲେ। ଟ୍ରେନ ପହଂଚିବା ପରେ ଆମ୍ବୁଲାନ୍ସ ଯୋଗେ ଉଭୟ ମା’ ଓ ଶିଶୁକୁ କଣ୍ଟାବାଞ୍ଜି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଉଭୟେ ସୁସ୍ଥ ଥିବା ଡାକ୍ତର ସୌମ୍ୟ ପ୍ରୀତି ପ୍ରିୟଦର୍ଶିନ ପଣ୍ଡା କହିଛନ୍ତି।

ସୂଚନା ମୁତାବକ, ଗାଁ’ରେ କାମ ଧନ୍ଦା ନମିଳିବାରୁ ପେଟକୁ ଦାନା ଯୋଗାଇ ପାଇଁ ଦାଦନ ଯାଇଥିଲେ ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ କପାଣି ଗାଁ’ର ବିପିନ ଦୀପଙ୍କ ପରିବାର। ବିପିନଙ୍କ ସାଙ୍ଗରେ ସ୍ତ୍ରୀ ସୁନ୍ଦର ସୋନି ଦୀପ, ବଡ଼ ଝିଅ ଓ ଦୁଇ ଅନ୍ୟ ଶିଶୁପୁତ୍ର ଥିଲେ। ସେମାନେ ମେହେବୁ ନଗରକୁ ଗତ ନଭେମ୍ବର ମାସରେ ଇଟା ଭାଟିରେ କାମ କରିବାକୁ ଯାଇଥିଲେ। ଗତକାଲି ସେମାନେ ଏକ୍ସପ୍ରେସ୍‌ ଟ୍ରେନ୍‌ ଯୋଗେ ରାୟପୁରରେ ପହଞ୍ଜିବା ପରେ ସେଠାରୁ ରାୟପୁର-ଭବାନୀପାଟଣା ପେସେଞ୍ଜରରେ ଘରକୁ ଫେରୁଥିଲେ। ଠିକ୍‌ ଲଖନା-ହରିଶଙ୍କର ରେଲୱେ ଷ୍ଟେସନ ମଧ୍ୟରେ ସୁନ୍ଦର ସୋନିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା ଓ ସେ ତତ୍‌କ୍ଷଣାତ୍ ଚଳନ୍ତା ଟ୍ରେନ ଭିତରେ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ରେଲୱେ ପୁଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ମା’ ଓ ପିଲାକୁ କଣ୍ଟାବାଞ୍ଜି ହସ୍ପିଟାଲକୁ ନିଆଯାଇଥିଲା।

Advertisment
Woman with Babyଶିଶୁ ସହ ମା’

ସମସ୍ତଙ୍କ ସହଯୋଗ ଯୋଗୁ ପିଲାଟି ସୁସ୍ଥ ଭାବେ ହସ୍ପିଟାଲରେ ପହଞ୍ଚି ପାରିଥିବା ବିପିନ ଓ ତାଙ୍କ ପତ୍ନୀ କହିଛନ୍ତି।

ସୂଚନା ଥାଉକି, ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ୫ଟି ବ୍ଲକ ହେଉଛି ଦାଦନ ପ୍ରବଣ। ଏଠି କାମ ଧନ୍ଦା ଅଭାବରୁ ଲୋକେ ନିଜର ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଯାଇଥାନ୍ତି। ଏହି ସମୟରେ ସେମାନେ ବହୁ ହିନସ୍ତା ହୋଇଥାନ୍ତି। ସରକାରଙ୍କ ଦାୟିତ୍ୱହୀନତା ଏହାର ମୂଳ କାରଣ ହୋଇଛି। ଲୋକଙ୍କୁ ସାକ୍ଷର, ସଚେତନ କରିବାରେ ବିଫଳ ହେବା ଓ ନିଯୁକ୍ତି ଦେବାରେ ସରକାର ଫେଲ ମାରିବା ଗରିବ ଓଡ଼ିଆଙ୍କ ଦୁର୍ଦ୍ଦଶାର କାରଣ ହୋଇଛି।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Migrant Labors Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe