ଘର ଭିତରୁ ମିଳିଲା ମହିଳାଙ୍କ ମୃତଦେହ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଘର ଭିତରୁ ଜଣେ ବିବାହିତ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରିଛି ବେଳପଡା ପୁଲିସ। ମୃତ ବିବାହିତ ମହିଳା ଜଣକ ହେଲେ ବେଳପଡା ଥାନା କର୍ଲ୍ଲlବାହାଲି ଗାଁର ହେମଲତା ବନଗୁଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ବେକରେ ଏକ କଟା ଦାଗ ଦେଖାଯାଉଥିବାରୁ ହତ୍ୟା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବେଳପଡା ଆଇଆଇସି, ସାଇଣ୍ଟିଫିକ ଟିମ ସହ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ବେଳପଡା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ […]

deadbody

Ranjit Kumar Jena
  • Published: Sunday, 13 June 2021
  • , Updated: 13 June 2021, 06:31 PM IST

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଘର ଭିତରୁ ଜଣେ ବିବାହିତ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରିଛି ବେଳପଡା ପୁଲିସ। ମୃତ ବିବାହିତ ମହିଳା ଜଣକ ହେଲେ ବେଳପଡା ଥାନା କର୍ଲ୍ଲlବାହାଲି ଗାଁର ହେମଲତା ବନଗୁଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ବେକରେ ଏକ କଟା ଦାଗ ଦେଖାଯାଉଥିବାରୁ ହତ୍ୟା ସନ୍ଦେହ କରାଯାଉଛି।

ଘଟଣା ସ୍ଥଳରେ ବେଳପଡା ଆଇଆଇସି, ସାଇଣ୍ଟିଫିକ ଟିମ ସହ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ବେଳପଡା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ଉପସ୍ଥିତିରେ ଘର ଭିତରୁ ବିବାହିତ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ ଯେ ବେଳପଡା ଥାନା କର୍ଲ୍ଲlବାହାଲି ଗାଁର ଋଷି ବନଗୁଲା ଗତ ଚାରି ବର୍ଷ ତଳେ ମୁରିବାହାଲ ଥାନା ବଡ଼ସାଇମରା ଗାଁର ଦୁତିଆ ଭୋଇଙ୍କ ଝିଅ ହେମଲତାକୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ପରେ ସୁରୁଖୁରୁରେ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ। ଉଭୟଙ୍କର ଦୁଇ ବର୍ଷର ଝିଅ ଅଛି। ଘରେ କିଛି ଦିନ ହେଲା କେଉଁ କଥାକୁ ନେଇ କଳହ ହୋଇଥିଲା।

ଆଜି ସକାଳେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ହେମଲତାଙ୍କ ମୃତଦେହ ଦେଖବାକୁ ମିଳିଥିଲା। ତାଙ୍କ ବେକରେ ଏକ ଦାଗ ଲାଗି ରକ୍ତ ବାହାରୁଥିଲା। ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ଶ୍ୱଶୁର ସୁରେନ୍ଦ୍ର ବନଗୁଲା କପଡ଼ାରେ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ଏ ହତ୍ୟା ନା ଆତ୍ମହତ୍ୟା ଏବେ ବି କାରଣ ଅସ୍ପଷ୍ଟ ରହିଛି। ମୃତ ମହିଳାଙ୍କ ସ୍ୱାମୀ ଋଷି ବନଗୁଲାକୁ ବେଳପଡା ଥାନାରେ ଅଟକ ରଖି ତଦନ୍ତ କରୁଛି।

Related story