Advertisment

ଭଉଣୀ ଘରୁ ଫେରୁଥିଲା ଭାଇ, ପିଟି ଦେଲା ବସ୍‌

ଉଣୀ ଘରେ ବିଭିନ୍ନ ଆସବାବପତ୍ର ଦେବାକୁ ସୁଧର୍ମା ଯାଇଥିଲେ । ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ପିଟିଦେଲା ବସ୍‌।

Accident

Accident

Advertisment

୨ ଦିନ ତଳେ ସରିଥିଲା ଭଉଣୀ ବିବାହ। ଭଉଣୀ ନିଜ ଶାଶୁ ଘରକୁ ଚାଲି ଯାଇଥିବା ବେଳେ ଆସବାବପତ୍ର ଦେବାକୁ ଭଉଣୀ ଘରକୁ ଯାଇଥିଲା ଭାଇ । ମାତ୍ର ସେଠାରୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ରାତି ଅଧରେ ଏକ ବାଇକ୍‌ ଧକ୍କାରେ ଚାଲିଗଲା ଭାଇର ଜୀବନ । ଝିଅ ବିଦା ହେବା ପରେ ଘରର ପୁଅ ଚାଲିଯିବା ଘଟଣାକୁ ସହଜେ ବରଦାସ୍ତ କରି ପାରୁ ନାହାନ୍ତି ପରିବାର ଲୋକେ। ଏପରି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ପଦ୍ମପୁର ରାସ୍ତାର ଗୌଡ଼ପାଲି ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତକ ହେଲେ ବେଲପଡା ଥାନା ନାଗଫେଣା ଗାଁର ସୁଧର୍ମା ବରିହା ।

Advertisment

ସୁଧର୍ମାଙ୍କ ଭଉଣୀ ବାହାଘର ୨ ଦିନ ପୂର୍ବେ ଶେଷ ହୋଇଛି। ଏହାପରେ ଭଉଣୀ ଘରେ ବିଭିନ୍ନ ଆସବାବପତ୍ର ଦେବାକୁ ସୁଧର୍ମାଙ୍କ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟ ବି ଯାଇଥିଲେ। ଅନ୍ୟମାନେ ଗତ ରାତିରେ ବୋଲେରୋରେ ଫେରିଥିବା ବେଳେ ସୁଧର୍ମା କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ।

ମାତ୍ର ଗୌଡ଼ପାଲି ଗାଁ ନିକଟରେ ଅପରପାର୍ଶ୍ୱରୁ ଆସୁଥିବା ଏକ ବସ୍‌ ସୁଧର୍ମାଙ୍କୁ ମୁହାଁମୁହିଁ ପିଟିଥିଲା। ଘଟଣା ସ୍ଥଳରେ ହିଁ ବାଇକ୍‌ ଚାଳକ ସୁଧର୍ମାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ବସ ଡ୍ରାଇଭର ବସ୍‌କୁ ପାଟଣାଗଡ଼ ଥାନାକୁ ଆଣି ଆତ୍ମସମର୍ପଣ କରିଥିଲେ ।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ପାଟଣାଗଡ଼ ଡାକ୍ତରଖାନକୁ ପଠାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଖବର ପାଇ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ବେଳେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Accident Balangir Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe