Advertisment

ଟ୍ରେନ ଉପରେ ଚଢ଼ି ଧରି ପକାଇଲେ ବିଦ୍ୟୁତ ତାର

ସୁବାଷ ବଗର୍ତିଙ୍କ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ି ଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

ଅଦ୍ୟତନ ହୋଇଛି
Train

Train

Advertisment

ପବନ ବେଗରେ ପ୍ଲାଟଫର୍ମ ଭିତରକୁ ପଶି ଆସିଥିଲେ ଜଣେ ଯୁବକ। ସିଧା ଯାଇ ପ୍ଲାଟଫର୍ମରେ ଠିଆ ହୋଇଥିବା ମାଲବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇ ବିଦ୍ୟୁତ୍ ତାରକୁ ଧରି ପକାଇ ଥିଲେ। ଆଉ ବିଦ୍ୟୁତ ଝଟକା ଖାଇ ତଳେ ପଡ଼ି ଯାଇଥିଲେ। ଏମିତି ଏକ ଘଟଣା ଗତକାଲି ସନ୍ଧ୍ୟାରେ ଘଟିଥିଲା ବଲାଙ୍ଗିର ଜିଲ୍ଲା ବଡ଼ମାଳ ରେଲୱେ ଷ୍ଟେସନରେ। 

Advertisment

ଏହି ଯୁବକଙ୍କ ନାଁ ସୁବାଷ ବଗର୍ତି (୨୪)। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଛି। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।  

ସୁବାଷ ମାଲବୋଝେଇ ଟ୍ରେନ୍ ଉପରେ ଚଢ଼ିବା ପରେ ସେଠାରେ ଉପସ୍ଥିତ ଲୋକେ ତଥା ଜିଆରପି ପୁଲିସ ତାଙ୍କ ଓହ୍ଲାଇ ଆସିବାକୁ କହିଥିଲେ। କାରଣ ସୁବାଷଙ୍କ ହାବଭାବ ଦେଖି ସେ କୌଣସି ମନ୍ଦ ଉଦ୍ଦେଶ୍ୟରେ ଟ୍ରେନ ଉପରେ ଚଢ଼ିଥିବା ସମସ୍ତଙ୍କର ସନ୍ଦେହ ହୋଇଥିଲା। ତେବେ କାହା କଥା ଶୁଣି ନଥିଲେ ସୁବାଷ ଓ ବିଦ୍ୟୁତ ତାରକୁ ଧରି ପକାଇଥିଲେ। ବିଦ୍ୟୁତ୍ ଝଟକାରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

ସୁବାଷ କେଉଁ କାରଣରୁ ଆତ୍ମହତ୍ୟା କରିବକୁ ଉଦ୍ୟମ କରିଥିଲେ, ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ସୁବାଷ ଜଣେ ମାନସିକ ରୋଗୀ ବୋଲି ପରିବାର ଲୋକେ କହିଛନ୍ତି। ପୂର୍ବରୁ ଥରେ ମଧ୍ୟ ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ବୋଲି ସୂଚନା ମିଳିଛି।

Balangir Goods Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe