Advertisment

ଭିଡ଼ ଭିତରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗତକିଛି ଦିନ ହେଲା ବଲାଙ୍ଗିର ସହରରେ ଅପରାଧ ଓ ଅପରାଧିଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ସହର କ୍ରାଇମ୍ ସିଟି ପାଲଟି ଥିବାରୁ ସଜାଗ ହୋଇଥିଲା ପୁଲିସ। ଏଥିପାଇଁ ଜିଲ୍ଲା ପୁଲିସ ତରଫରୁ ଆରମ୍ଭ ହୋଇଛି ଅପରେସନ କ୍ରାଇମ କଣ୍ଟ୍ରୋଲ। ସାରା ସହର ଭିତରେ ପଇଁନ୍ତରା ମାରୁଛନ୍ତି ପୁଲିସ। ଏସବୁ ସତ୍ତ୍ୱେ ବୋଲ ମାନୁନାହାନ୍ତି ଅପରାଧି। ଆଜି ପୁଣି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ରାତି ପ୍ରାୟ ୮ଟା ବେଳେ ଖଇରାପଡାର […]

ଭିଡ଼ ଭିତରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

attack

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗତକିଛି ଦିନ ହେଲା ବଲାଙ୍ଗିର ସହରରେ ଅପରାଧ ଓ ଅପରାଧିଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ସହର କ୍ରାଇମ୍ ସିଟି ପାଲଟି ଥିବାରୁ ସଜାଗ ହୋଇଥିଲା ପୁଲିସ। ଏଥିପାଇଁ ଜିଲ୍ଲା ପୁଲିସ ତରଫରୁ ଆରମ୍ଭ ହୋଇଛି ଅପରେସନ କ୍ରାଇମ କଣ୍ଟ୍ରୋଲ। ସାରା ସହର ଭିତରେ ପଇଁନ୍ତରା ମାରୁଛନ୍ତି ପୁଲିସ। ଏସବୁ ସତ୍ତ୍ୱେ ବୋଲ ମାନୁନାହାନ୍ତି ଅପରାଧି। ଆଜି ପୁଣି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।

Advertisment

ରାତି ପ୍ରାୟ ୮ଟା ବେଳେ ଖଇରାପଡାର ୨୪ ବର୍ଷୀୟ ଯୁବକ ରୂଦ୍ର ମନହୀରା କଲେଜ ଛକ ଦେଇ ଘରକୁ ଫେରୁଥିଲେ। ହଠାତ୍ ଭିଡ଼ ଭିତରେ ଚାରିରୁ ପାଞ୍ଚ ଜଣ ଯୁବକ ରୁଦ୍ରଙ୍କୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି। ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅନୂମାନ କରାଯାଉଛି। ଜନଗହଳିପୂର୍ଣ୍ଣ ସହରରେ ଜଣେ ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ ଘଟଣାକୁ ନେଇ ଲୋକେ ଭୟଭୀତ ହୋଇଛନ୍ତି। ଦୃବୁର୍ତ୍ତ ମାନଙ୍କୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଛି ଟାଉନ ପୁଲିସ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe