ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ କରି ଛୁ’

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନା କାଳ ଭିତରେ ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି । ବଲାଙ୍ଗିର ସହର ଭିତରେ ଜଣେ ଯୁବକଙ୍କୁ ଛୁରାମାଡ଼ କରି ଦୃବୁର୍ତ୍ତ ଫେରାର ହୋଇଯାଇଛି । ଶୁକ୍ରବାର ବଲାଙ୍ଗିର ସହର ରୁଗୁଡିପଡା ମ୍ୟୁନସିପାଲିଟି କଲୋନୀ ଠାରେ କାର୍ତ୍ତିକ ସା ନାମକ ଜଣେ ଯୁବକ ଛିଡ଼ା ହୋଇଥିଲେ । ହଠାତ୍ ସେହି ସମୟରେ ସମଲେଇନଗରର ଜଣେ ଯୁବକ ଆସି ରୁଗୁଡିପଡାରେ କିଛି ଲୋକଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରୁଥିଲେ । ଯେହେତୁ ସେହି ସ୍ଥାନରେ […]

knife

Ranjit Kumar Jena
  • Published: Friday, 02 July 2021
  • , Updated: 02 July 2021, 09:52 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନା କାଳ ଭିତରେ ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି । ବଲାଙ୍ଗିର ସହର ଭିତରେ ଜଣେ ଯୁବକଙ୍କୁ ଛୁରାମାଡ଼ କରି ଦୃବୁର୍ତ୍ତ ଫେରାର ହୋଇଯାଇଛି । ଶୁକ୍ରବାର ବଲାଙ୍ଗିର ସହର ରୁଗୁଡିପଡା ମ୍ୟୁନସିପାଲିଟି କଲୋନୀ ଠାରେ କାର୍ତ୍ତିକ ସା ନାମକ ଜଣେ ଯୁବକ ଛିଡ଼ା ହୋଇଥିଲେ । ହଠାତ୍ ସେହି ସମୟରେ ସମଲେଇନଗରର ଜଣେ ଯୁବକ ଆସି ରୁଗୁଡିପଡାରେ କିଛି ଲୋକଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରୁଥିଲେ ।

ଯେହେତୁ ସେହି ସ୍ଥାନରେ ମହିଳା ମାନେ ଥିଲେ, ସେଥିପାଇଁ କାହିଁକି ଗାଲିଗୁଲଜ କରୁଛ ବୋଲି କାର୍ତ୍ତିକ ଉକ୍ତ ଯୁବକଙ୍କୁ କହିଥିଲେ । ହେଲେ ଉକ୍ତ ଯୁବକ ରାଗି ଯାଇ କାର୍ତ୍ତିକଙ୍କ ପେଟରେ ଛୁରାମାଡ଼ କରିଥିଲେ । ଘଟଣା ସ୍ଥଳରେ କାର୍ତ୍ତିକ ଆହତ ହୋଇଥିବା ବେଳେ ଯୁବକ ଜଣକ ସେଠାରୁ ଫେରାର ମାରିଥିଲା।

ଗୁରୁତର କାର୍ତ୍ତିକକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଟାଉନ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କାର୍ତ୍ତିକଙ୍କୁ ଉକ୍ତ ଯୁବକ ଜଣକ କାହିଁକି ଆକ୍ରମଣ କଲା, ତାହା ଜଣା ପଡ଼ିନାହିଁ । ଏପରିକି କାର୍ତ୍ତିକ ମଧ୍ୟ ଏ ସମ୍ବନ୍ଧରେ କିଛି ଜାଣି ନଥିବା କହିଛନ୍ତି ।

Related story