Advertisment

ଜାତୀୟ ପତାକାକୁ ଅବମାନନା ଅଭିଯୋଗ ଆଣିବାରୁ ପିଟିଲେ ସାର୍!

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପତାକା ପାଇଁ ପାହାର। ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଘୁଙ୍ଗି ଗାଁରେ। ରବିବାର ଘୁଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ଆଉ ସ୍କୁଲର ଜାତୀୟ ପତାକାକୁ ଓହ୍ଲାଇ ନଥିଲେ ସ୍କୁଲ କର୍ତ୍ତୃପକ୍ଷ। ଆଜି ସକାଳୁ ଏହା ଦେଖିବା ପରେ ଗାଁର ବାସିନ୍ଦା ଡୋଳାମଣି ଭୋଇ ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ସାହୁଙ୍କ ନିକଟକୁ ଯାଇ ଜାତୀୟ ପତାକାକୁ କାହିଁକି ଅସମ୍ମାନ କରୁଛ […]

ଜାତୀୟ ପତାକାକୁ ଅବମାନନା ଅଭିଯୋଗ ଆଣିବାରୁ ପିଟିଲେ ସାର୍!

bolangir

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପତାକା ପାଇଁ ପାହାର। ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଘୁଙ୍ଗି ଗାଁରେ। ରବିବାର ଘୁଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ଆଉ ସ୍କୁଲର ଜାତୀୟ ପତାକାକୁ ଓହ୍ଲାଇ ନଥିଲେ ସ୍କୁଲ କର୍ତ୍ତୃପକ୍ଷ।

Advertisment

ଆଜି ସକାଳୁ ଏହା ଦେଖିବା ପରେ ଗାଁର ବାସିନ୍ଦା ଡୋଳାମଣି ଭୋଇ ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ସାହୁଙ୍କ ନିକଟକୁ ଯାଇ ଜାତୀୟ ପତାକାକୁ କାହିଁକି ଅସମ୍ମାନ କରୁଛ ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ହଠାତ ପ୍ରଧାନ ଶିକ୍ଷକ ଓଲଟା ରାଗି ଯାଇ ଡୋଳାମଣିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଡୋଳାମଣି।

ଡୋଳାମଣିଙ୍କ ମୁହଁ ଏବଂ ଗୋଡରେ ଆଘାତ ଲାଗିଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ଦାଖଲ ହୋଇନାହିଁ। ସେପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ପ୍ରଧାନ ଶିକ୍ଷକ। ଜାତୀୟ ପାତାକା ଆଜି ପର୍ଯ୍ୟନ୍ତ ଉଡୁନଥିଲା କି ଡୋଳାମଣିଙ୍କୁ ସେ ମାଡ଼ ମାରିନାହନ୍ତି ବୋଲି କହିଛନ୍ତି। ସେପଟେ ଜାତୀୟ ପତାକାକୁ ଅସମ୍ମାନ ଏବଂ ପ୍ରତିବାଦ କରିବାରୁ ଯୁବକଙ୍କ ମାଡ଼ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe