Advertisment

ରଙ୍ଗ ଖେଳ ହେଲା କାଳ, ପୋଖରୀରେ ବୁଡି ଯୁବକ ମୃତ

କନ୍ଧପାଳି ପଡ଼ାର ୨୧ ବର୍ଷୀୟ ଯୁବକ ରାହୁଲ ଭାଟି। ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ।

author-image
Manoranjan Sial
Pond

Pond

ରଙ୍ଗ ଖେଳ ହେଲା କାଳ। ପୋଖରୀରେ ବୁଡି ଯୁବକଙ୍କ ଜୀବନ ଗଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହର କନ୍ଧପାଳି ପଡାରେ।

Advertisment

କନ୍ଧପାଳି ପଡ଼ାର ୨୧ ବର୍ଷୀୟ ଯୁବକ ରାହୁଲ ଭାଟି। ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଗାଧଉଥିବା ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବି.ବି.ଏମ.ସି. ହସ୍ପିଟାଲକୁ ପଠାଇଦେଇଛି।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Holi