/odisha-reporter/media/post_attachments/uploadimage/library/16_9/16_9_0/Balangir_1680614530.jpg)
Balangir
ଗାଁରେ କାମ ମିଳିଲାନି ବୋଲି ରାଜ୍ୟ ବାହାରକୁ ଯାଇଥିଲେ। ଇଟା ଭାଟିରେ କାମ କରୁଥିବା ବେଳେ ନିର୍ଯାତନାରେ ଶିକାର ହୋଇ ଦୁଃଖକୁ ଧରି ଗାଁକୁ ଫେରିଥିଲେ। ହେଲେ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଚାଲିଗଲା।
ଗାଁରେ ହାତକୁ କାମ ମିଳିଲା ନାହିଁ। ତେଣୁ ଭୋକ ବିକଳରେ ପରିବାର ସହ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ ବେଲପଡା ଥାନା ମଣ୍ଡଳ ଗାଁର ଦୁଃଖିଶ୍ୟାମ ବଗର୍ତ୍ତି। ଇଟା ଭାଟିରେ କାମ କରୁଥିବା ବେଳେ ଗତ ୧ ତାରିଖରେ କୌଣସି କାରଣରୁ ଅନ୍ୟ ଶ୍ରମିକଙ୍କ ସହିତ ଝଗଡା ହୋଇଥିଲା। ଦୁଃଖିଶ୍ୟାମକୁ ନିର୍ଦ୍ଧୁମ ମାଡ ମାରିଥିଲେ ଅନ୍ୟ ଶ୍ରମିକ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସେଠାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଠିକ୍ ଭାବେ ଦୁଃଖିଶ୍ୟାମଙ୍କ ଚିକିତ୍ସା କରାଯାଉନଥିଲା। ତେଣୁ ପରିବାର ଲୋକେ ତାଙ୍କୁ ଗାଁକୁ ଆଣିଥିଲେ। ତାଙ୍କୁ ପ୍ରଥମେ ବେଲପଡା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
