Advertisment

ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ୨ସାଙ୍ଗଙ୍କୁ ଛୁରାମାଡ଼; ଜଣେ ମୃତ

ଗତକାଲି ବିଳମ୍ବିତ ରାତିରେ ସରୋଜ ଓ ପ୍ରେମ ଉଭୟ ଶୀତଳଷଷ୍ଠୀ ଯାତ୍ରା ଦେଖି ଘରକୁ ଫେରୁଥିଲେ

ଅଦ୍ୟତନ ହୋଇଛି
knife attack

knife attack

Advertisment

ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ୨ଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗେଟ୍ ସରୋବରପଡ଼ାର ସରୋଜ ପାଣିଗ୍ରାହୀ ଓ ଗୁରୁତର ଜଣଙ୍କ କନ୍ଧପାଳିପଡ଼ାର ପ୍ରେମ ସାହୁ।

Advertisment

ଗତକାଲି ବିଳମ୍ବିତ ରାତିରେ ସରୋଜ ଓ ପ୍ରେମ ଉଭୟ ଶୀତଳଷଷ୍ଠୀ ଯାତ୍ରା ଦେଖି ଘରକୁ ଫେରୁଥିଲେ। ନରସିଂହ ମନ୍ଦିର ଛକ ନିକଟରେ ହଠାତ୍ ୨ ଦୁର୍ବୃତ୍ତ ଆସି ସରୋଜଙ୍କୁ ଗାଳିଗୁଲଜ କରିଥିଲେ। ପ୍ରେମ ଏହାକୁ ବିରୋଧ କରିବାରୁ ଦୁ଼ର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଥିଲେ। ପରେ ସରୋଜଙ୍କୁ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଦୁର୍ବୃତ୍ତ।

ସ୍ଥାନୀୟ ଲୋକେ ଓ ପୁଲିସ ସରୋଜ ଓ ପ୍ରେମଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରେମ ଚିକିତ୍ସାଧୀନ ଅଛନ୍ତି।

Advertisment

କିଏ ଓ କାହିଁକି ଉଭୟଙ୍କୁ ଛୁରାମାଡ଼ କଲା ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା କାରଣରୁ ଏହି ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି। 

Murder Balangir , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe