Advertisment

ଜାଲ ନୋଟ୍ ଦେଇ ଜିନିଷ କିଣୁଥିଲେ ଯୁବକ, ଧରା ପଡ଼ିଲେ

ନୋଟ୍ ଦେଖି ଦୋକାନୀଙ୍କର ସନ୍ଦେହ ହୋଇଥିଲା। ଏନେଇ ଦୋକାନୀ ଜଣଙ୍କ ପୁଲିସକୁ ଫୋନ୍ କରିଥିଲେ।

ଅଦ୍ୟତନ ହୋଇଛି
Fake Note

Fake Note

Advertisment

ଦୋକାନୀକୁ ଜାଲ ନୋଟ୍ ଦେଇ ଜିନିଷ କିଣୁଥିଲେ ଯୁବକ। ଧରାପଡ଼ି ଥାନାକୁ ଗଲେ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ।

Advertisment

ସଂପୃକ୍ତ ଯୁବକ ଜଣଙ୍କ ହେଲେ ଲାଠୋର ଥାନା ପିପଲବାହାଲ ଗାଁର ବ୍ରହ୍ମା ମେହେର। ପୁଲିସ ବ୍ରହ୍ମାଙ୍କ ନିକଟରୁ ମୋଟ ୬୦୦୦ ଟଙ୍କା ଜାଲ ନୋଟ୍ ଜବତ କରିଛି। ଏହି ୬୦୦୦ ହଜାର ଟଙ୍କାରେ ୫ ଖଣ୍ଡ ୫୦୦ ଟଙ୍କିଆ, ୫ ଖଣ୍ଡ ୨୦୦ ଟଙ୍କିଆ ଓ ୫ଖଣ୍ଡ ୧୦୦ ଟଙ୍କିଆ ନୋଟ୍‌ ରହିଛି।

ଆଜି ବ୍ରହ୍ମା ଖପ୍ରାଖୋଲ ସହରରେ ଥିବା ଏକ ଦୋକାନରୁ ଜିନିଷ କିଣି ଏକ ଜାଲ ନୋଟ ଦେଇଥିଲେ। ନୋଟ୍ ଦେଖି ଦୋକାନୀର ସନ୍ଦେହ ହୋଇଥିଲା। ଏନେଇ ଦୋକାନୀ ଜଣଙ୍କ ପୁଲିସକୁ ଫୋନ୍ କରିଥିଲେ। ପୁଲିସ ପହଞ୍ଚି ବ୍ରହ୍ମାଙ୍କ ଠାରୁ ୬୦୦୦ ଟଙ୍କା ଜାଲ ନୋଟ୍ ଜବତ କରିଥିଲା। ପୁଲିସ୍ ତାଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି। ଏହି ନକଲି ନୋଟ୍ ପଛରେ କୌଣସି ଗ୍ୟାଙ୍ଗର ସଂପୃକ୍ତି ଅଛି କି ନାଇଁ, ସେ ନେଇ ପୁଲିସ ଖୋଳତାଡ଼ କରୁଛି।

Advertisment
Bolangir Fake Note.
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe