/odisha-reporter/media/post_attachments/uploads/2018/08/Bolangir-Medical-College-750x430-1.jpg)
Bolangir-Medical-College-750x430 (1)
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗତ୨୫ତାରିଖରେ ବାଲେଶ୍ୱରରେ ଏମସ୍ ଭୁବନେଶ୍ୱରର ସାଟେଲାଇଟ୍ କେନ୍ଦ୍ରର ଶିଳାନ୍ୟାସ କରିବା ପରେ ରାଜ୍ୟ ସରକାର ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ବଲାଙ୍ଗିର ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କାର୍ଯ୍ୟକ୍ରମ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।
Advertisment
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୩୧ତାରିଖରେ ବଲାଙ୍ଗିର ଗସ୍ତରେ ଯାଇ ଜିଲ୍ଲା ମୁଖ୍ୟାଳୟରେ ଥିବା ନୂଆ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦଘାଟନ କରିବେ। ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ଜିଲ୍ଲା ହସ୍ପିଟାଲରେ ହେବାକୁ ଥିବା ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ବଲାଙ୍ଗୀର ଜିଲ୍ଲାର ସମସ୍ତ ବିଜେଡି ବିଧାୟକ ଓ ସାଂସଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Advertisment
ଏହା ମୁଖ୍ୟମନ୍ତ୍ରୀଙ୍କର ବଲାଙ୍ଗୀର ଜିଲ୍ଲାକୁ ସରକାରୀ ଗସ୍ତ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
