ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଲୋକସଭା କ୍ଷେତ୍ରର ଆଦିବାସୀ ଅଧ୍ୟୁଷିତ ବଡ଼ସାହି ଓ ନୀଳଗିରି ବରହମପୁରଠାରେ ଦୁଇଟି ଏକଲବ୍ୟ ମଡେଲ୍‌ ସ୍କୁଲ ପ୍ରତିଷ୍ଠା କରାଯିବ। ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥିବାରୁ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ତାଙ୍କ ସରକାରୀ ବାସ ଭବନରେ ଭେଟି ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ପୂର୍ବରୁ ଶ୍ରୀ ଷଡଙ୍ଗୀ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଭେଟି […]

Arjun Munda and Pratap Sarangi

Arjun Munda and Pratap Sarangi

Manoranjan Sial
  • Published: Tuesday, 09 November 2021
  • Updated: 09 November 2021, 06:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଲୋକସଭା କ୍ଷେତ୍ରର ଆଦିବାସୀ ଅଧ୍ୟୁଷିତ ବଡ଼ସାହି ଓ ନୀଳଗିରି ବରହମପୁରଠାରେ ଦୁଇଟି ଏକଲବ୍ୟ ମଡେଲ୍‌ ସ୍କୁଲ ପ୍ରତିଷ୍ଠା କରାଯିବ। ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥିବାରୁ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ତାଙ୍କ ସରକାରୀ ବାସ ଭବନରେ ଭେଟି ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।

ପୂର୍ବରୁ ଶ୍ରୀ ଷଡଙ୍ଗୀ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଭେଟି ବଡ଼ସାହି, ବେତନଟୀ, ବରହମପୁର ଓ ଔପଦାରେ ଏକଲବ୍ୟ ମଡେଲ୍‌ ସ୍କୁଲ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ବାରମ୍ବାର ଆଲୋଚନା ମଧ୍ୟ କରିଥିଲେ। କେନ୍ଦ୍ରମନ୍ତ୍ରୀ ଅନୁରୋଧକୁ ରକ୍ଷା କରି ଦୁଇଟି ସ୍କୁଲକୁ ମଞ୍ଜୁରି ଦେଇଛନ୍ତି। ବଡ଼ସାହିରେ ନିର୍ମାଣ ହେବାକୁ ଥିବା ସ୍କୁଲ କାମ ଆରମ୍ଭ ହୋଇଯାଇଛି। ବରହମପୁରରେ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି।

ଅବଶିଷ୍ଟ ଦୁଇଟି ସ୍କୁଲକୁ ମଞ୍ଜୁରୀ ଦେବା ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଶ୍ରୀ ଷଡ଼ଙ୍ଗୀ। ସେ ଏଥିପାଇଁ ସହମତି ପ୍ରଦାନ କରିଥିବା ଜଣାପଡ଼ିଛି। ଆଦିବାସୀ ବେକାର ଯୁବକ ଓ ଯୁବତୀମାନଙ୍କ ପାଇଁ PMEGP ଓ ଅନ୍ୟାନ୍ୟ ବ୍ୟବସାସାୟିକ ୠଣ ପ୍ରଦାନ ପାଇଁ ଏହି ବିଭାଗ ବ୍ୟାଙ୍କରେ ଗ୍ୟାରେଣ୍ଟିର ହେବା ବିଷୟରେ ଆଲୋଚନା ହୋଇଥିବା ଶ୍ରୀ ଷଡ଼ଙ୍ଗୀ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos