Advertisment

ଡ୍ରଗ୍ସ ମାଫିଆଙ୍କ ଘରେ ଚଢ଼ଉ, ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱରର ଡ୍ରଗ୍ସ ମାଫିଆ ରାଜାଙ୍କ ପରେ ଆଉ ଜଣଙ୍କ ଘରେ ଆଜି ପୁଲିସ ଚଢ଼ଉ କରିଛି। ମାତ୍ର ଏ ସମ୍ପର୍କରେ ଡ୍ରଗ୍ସ ମାଫିଆମାନେ ଜାଣିପାରି ଘର ଛାଡ଼ି ପଳାଇ ଯାଇଥିଲେ। ପୁଲିସ ସେମାନଙ୍କ ଘରେ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଥିବା ବେଳେ ଜଣକୁ ଅଟକ ରଖି ପଚାରାଉଚରା କରୁଛି। ଜଳେଶ୍ୱର ଥାନା ଶେଖବାଡ଼ ଓ ଝାଡେଶ୍ୱରପୁର ଗାଁର ଡ୍ରଗ୍ସ ମାଫିଆ ଶେଖ ତୋଇରିଦୁନି ଏବଂ ତାଙ୍କର ୪ ଭାଇ […]

ଡ୍ରଗ୍ସ ମାଫିଆଙ୍କ ଘରେ ଚଢ଼ଉ, ୩ ଲକ୍ଷରୁ ଅଧିକ ଟଙ୍କା ଜବତ

baalsore

Advertisment

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱରର ଡ୍ରଗ୍ସ ମାଫିଆ ରାଜାଙ୍କ ପରେ ଆଉ ଜଣଙ୍କ ଘରେ ଆଜି ପୁଲିସ ଚଢ଼ଉ କରିଛି। ମାତ୍ର ଏ ସମ୍ପର୍କରେ ଡ୍ରଗ୍ସ ମାଫିଆମାନେ ଜାଣିପାରି ଘର ଛାଡ଼ି ପଳାଇ ଯାଇଥିଲେ। ପୁଲିସ ସେମାନଙ୍କ ଘରେ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଥିବା ବେଳେ ଜଣକୁ ଅଟକ ରଖି ପଚାରାଉଚରା କରୁଛି।

Advertisment

ଜଳେଶ୍ୱର ଥାନା ଶେଖବାଡ଼ ଓ ଝାଡେଶ୍ୱରପୁର ଗାଁର ଡ୍ରଗ୍ସ ମାଫିଆ ଶେଖ ତୋଇରିଦୁନି ଏବଂ ତାଙ୍କର ୪ ଭାଇ ଦୀର୍ଘ ଦିନ ଧରି ଡ୍ରଗ୍ସ କାରବାର କରୁଥିଲେ। ସେମାନେ ବାଂଲାଦେଶରୁ ବ୍ରାଉନ୍‌ସୁଗର ଆଣି ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ଚାଲାଣ କରୁଥିବା ଅଭଯୋଗ ହୋଇଛି। ଏ ସମ୍ପର୍କରେ ବାଲେଶ୍ୱର ପୁଲିସ ଜାଣିବାକୁ ପାଇଥିଲା।

ଆଜି ସକାଳେ ସ୍ପେଶାଲ ପୁଲିସ ଡିଏସ୍‌ପି ମନୋଜ ରାଉତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ତୋଇରିଦ୍ଦୁନ୍‌ ଓ ତାଙ୍କ ୪ ଭାଇଙ୍କ ଘରେ ଚଢ଼ଉ କରିଥିଲା। ଏ ସମ୍ପର୍କରେ ତୋଇରିଦ୍ଦୁନ୍‌ ଜାଣିପାରି ଫେରାର ହୋଇଯାଇଛି। ପୁଲିସ ତାଙ୍କ ଘରେ ଚଢ଼ଉ କରି ନଗଦ ୩ ଲକ୍ଷ ୮୯ ହଜାରରୁ ଅଧିକ ନଗଦ ଟଙ୍କା ଓ ସୁନା ଗହଣା ଜବତ କରିଛି। ଏହାଛଡ଼ା ଗୋଟିଏ ବୁଲେଟ ବାଇକକୁ ମଧ୍ୟ ପୁଲିସ ଜବତ କରିଛି। ମାତ୍ର ବ୍ରାଉନ୍‌ସୁଗର ଜବତ କରିନାହିଁ। ଏହି ଘଟଣାରେ ଜଣକୁ ଅଟକ ରଖିଛି ପୁଲିସ ପଚରାଉଚରା କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe