ବାଲେଶ୍ବର ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପାଖାପାଖି ୨୦ ଦିନ ବିତିଗଲାଣି । ଏଯାଏଁ ୮୧ ମର ଶରୀରର ପରିଚୟ ମିଳିପାରିନି । ସେମାନଙ୍କ ପରିଜନ ମାନେ ଡିଏନଏ ସାମ୍ପଲ ଦେଇ ଅପେକ୍ଷା କରିଛନ୍ତି ରିପୋର୍ଟକୁ । ଅନ୍ୟପଟେ ପରିବାରର ଅବସ୍ଥା ଖରାପ ହେବାରେ ଲାଗିଛି । ନା ସେମାନେ କାମ ଧନ୍ଧାକୁ ଯାଇପାରୁଛନ୍ତି ନା କୌଣସି ରୋଜଗାର କରିପାରୁଛନ୍ତି । ଅପେକ୍ଷା କରିଛନ୍ତି କେବେ ଆସିବ ରିପୋର୍ଟ ଆଉ ନେଇଯିବେ ମୃତ ଶରୀରକୁ।