Advertisment

ବାଣ ରୋଷଣୀରେ ପୋଡ଼ିଗଲା ୧୧ ବଖରା

ବାଣ ଆକାଶକୁ ଯାଇ ଫୁଟିବା ପରେ ନିଆଁ ଗାନ୍ଧି ଛକରେ ଥିବା ବସ୍ତିରେ ପଡ଼ିଥିଲା। ଯାହାଫଳରେ ବସ୍ତିରେ ଥିବା ୧୧ ଖବର ଘର ପୋଡ଼ି ପାଉଁଶ ହୋଇଯାଇଛି।

author-image
Manoranjan Sial
Fire

Fire

ବାଣ ରୋଷଣୀରେ ପୋଡ଼ି ପାଉଁଶ ହୋଇଛି ୧୧ ବଖରା ଘର। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।

Advertisment

ଆଜି ଅପରାହ୍ନରେ ସିଂଲା ଥାନା ଅନ୍ତର୍ଗତ କାଦରାୟାଂ ଗାଁରୁ ବର ରୋଷଣୀ ଯାଉଥିଲା। ତେବେ ଗାନ୍ଧିଛକ ନିକଟରେ ବର ଘର ଲୋକ ଚାଇନା ବାଣ ଫୁଟାଇଥିଲେ। ବାଣ ଆକାଶକୁ ଯାଇ ଫୁଟିବା ପରେ ନିଆଁ ଗାନ୍ଧି ଛକରେ ଥିବା ବସ୍ତିରେ ପଡ଼ିଥିଲା। ଯାହାଫଳରେ ବସ୍ତିରେ ଥିବା ୧୧ ଖବର ଘର ପୋଡ଼ି ପାଉଁଶ ହୋଇଯାଇଛି।

ସ୍ଥାନୀୟ ଲୋକେ ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିପାରିନଥିଲେ। ଖବର ପାଇ ବସ୍ତା ଅଗ୍ନିଶମ କର୍ମଚାରୀ ବସ୍ତିରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ୧୧ ବଖରା ପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ଅନୁମାନ କରାଯାଉଛି।

Advertisment

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore Fire Breakout Fire Accident