Advertisment

ବଜ୍ରପାତରେ ଯୁବକଙ୍କ ସମେତ ୧୨ ମାଙ୍ଗଡ଼ ମୃତ

ଆଜି ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହେବା ସାଙ୍ଗକୁ ଜଣେ ଯୁବକଙ୍କ ସମେତ ଏକ ମାଙ୍କଡ଼ ପଲର ପ୍ରାଣହାନୀ ହୋଇଛି।

ଅଦ୍ୟତନ ହୋଇଛି
representational image

representational image

Advertisment

ଆଜି ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହେବା ସାଙ୍ଗକୁ ଜଣେ ଯୁବକଙ୍କ ସମେତ ଏକ ମାଙ୍କଡ଼ ପଲର ପ୍ରାଣହାନୀ ହୋଇଛି। ମୃତ ଯୁବକ ବାଲିଆପାଳ ଥାନା ଦେଭୋଗ ଗ୍ରାମ ପିତାମ୍ବର ଦଳାଇଙ୍କ ପୁଅ ମଧୁ ଦଳାଇ (୩୦)।

Advertisment

ସେ ତାଙ୍କ ଶ୍ୱଶୁର ଘର କାଳସିମୁୁଳିରୁ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଝଡ଼ବର୍ଷାରୁ ରକ୍ଷା ପାଇବା ନିମନ୍ତେ ସେ ଘରକୁ ଶୀଘ୍ର ଫେରିବାକୁ ଚେଷ୍ଟା କରୁଥିବା ବେଳେ ଦେଉଳା ବିରପାଲିଆ ରାସ୍ତାର ରାଣିଆ ପୋଖରୀ ନିକଟରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ତାଙ୍କୁ ଘଟଣାସ୍ଥଳରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। 

ମଧୁୁ ନବ ବିବାହିତ ଓ ତାଙ୍କର ଏକ ୬ ମାସର ଏକ କନ୍ୟା ସନ୍ତାନ ଅଛି। ଏହି ଘଟଣା ପରେ ତାଙ୍କ ପତ୍ନୀ ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Advertisment

ସେହିପରି ଜଳେଶ୍ୱର ବ୍ଲକ ଗଡ଼ସାହି ବାଲିଆପାଳରେ ବଜ୍ରପାତରେ ୧୨ ମାଙ୍କଡ଼ଙ୍କର ମୃତ୍ୟୁ ହୋଇଛି। ଝଡ଼ବର୍ଷା ବେଳେ ଏହି ମାଙ୍କଡ଼ ଦଳ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ବଗିଚାରେ ଆଶ୍ରୟ ନେଇଥିଲେ।

ଆଜି ବାଲେଶ୍ୱର ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ମଧ୍ୟ ସୂଚନା ମିଳିଛି। ବିଦ୍ୟୁତ୍ କଟି ଯିବାରୁ ଲୋକଙ୍କୁ ବହୁ ଘଣ୍ଟା ଅନ୍ଧାରରେ ରହିବାକୁ ପଡ଼ିଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Lightening Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe