Advertisment

ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା: ବନ୍ଧା ହେଲେ ୧୧ ଅଭିଯୁକ୍ତ

ଦୁର୍ବୃତ୍ତମାନେ ଉପଜିଲ୍ଲାପାଳଙ୍କ ଗାଡ଼ି ଓ ଚଢ଼ାଉରେ ଯାଇଥିବା ଟିମ୍‌ ଉପରେ ପଥର ମାଡ଼ କରିଥିଲେ। ଏହି ଆକ୍ରମଣରେ ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲଙ୍କ ସମେତ ତାଙ୍କ ଡ୍ରାଇଭର ଆହତ ହୋଇଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
spot visit

spot visit

ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲ ଚାଭନଙ୍କ ସମେତ ତାଙ୍କ ଡ୍ରାଇଭରଙ୍କ ଉପରେ ଗତକାଲି ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା ପରେ ତତ୍ପର ହୋଇ ଉଠିଥିବା ପୁଲିସ୍‌ ସମୁଦାୟ ୧୧ ଅଭିଯୁକ୍ତଙ୍କୁ ବାନ୍ଧି ସାରିଲାଣି। ଗତକାଲି ରାତିରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ  ଆଜି ସକାଳେ ଆଉ ୯ ଜଣଙ୍କୁ ବାନ୍ଧିଛି। ଏହି ଘଟଣାରେ ସମୁଦାୟ ୧୧ ଜଣ ଗିରଫ ହୋଇ  ସାରିଥିବା ବେଳେ ସେମାନଙ୍କ ମଧ୍ୟରେ ୩ ମହିଳା ମଧ୍ୟ ସାମିଲ ଅଛନ୍ତି।  

Advertisment

ମନ୍ଦରପୁର ଓ ଦହପଡ଼ା ଅଞ୍ଚଳରେ ମେସିନ୍ ବ୍ୟବହାର କରି ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ପରେ ଉପଜିଲ୍ଲାପାଳ ଗତକାଲି ଘଟଣାସ୍ଥଳର ପରିଦର୍ଶନ ନିମନ୍ତେ ଯାଇଥିଲେ। ଏକ୍ସସାଇଜ୍ ଟିମ୍‌ ଓ ପୁଲିସ ଟିମ୍‌ ଉପସ୍ଥିତିରେ ବେଆଇନ ଚାଲାଣ ହେଉଥିବା ପ୍ରାୟ ୫୦୦ ଟ୍ରିପ୍‌ ବାଲିକୁ ଜବତ କରାଯାଇଥିଲା। ସ୍ଥାନୀୟ ଲୋକଙ୍କୁ ଏହି ବାଲିର ଜଗାରଖା ଦାୟିତ୍ୱ ଦିଆଯାଇଥିଲା। ସେପଟେ ବାଲି ଚୋରା ଚୋଲାଣ ନିମନ୍ତେ ବ୍ୟବହୃତ ଜିନିଷକୁ ଜବତ କରାଯାଇଥିଲା।

ଏହି ଜିନିଷକୁ ପରେ ଆଣିବା ନିମନ୍ତେ ଉପଜିଲ୍ଲାପାଳ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ବାଲି ମାଫିଆମାନେ ଉପଜିଲ୍ଲାପାଳଙ୍କ ଗାଡ଼ି ଓ ଚଢ଼ାଉରେ ଯାଇଥିବା ଟିମ୍‌ ଉପରେ ପଥର ମାଡ଼ କରିଥିଲେ। ସେମାନଙ୍କ ଆକ୍ରମଣରେ ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲଙ୍କ ସମେତ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Advertisment

ପରେ ଏସ୍‌ପି ଘଟଣାର ତଦନ୍ତ ଆରମ୍ଭ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଇଷ୍ଟର୍ଣ୍ଣ ରେଞ୍ଜ ଆଇଜି ହିମାଂଶୁ ଲାଲ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି। 

Attack