ପୋଲ ତଳକୁ ଖସିଲା ୨ ବାଇକ୍‌

ନୀଳଗିରି (ବିଶ୍ୱମ୍ବର ଦାସ): ପୋଲ ତଳକୁ ଖସିଲା ୨ ବାଇକ୍‌। ଚାଲିଗଲ ଜଣଙ୍କ ଜୀବନ। ଆଉ ଦୁଇ ଜଣ ଗୁରୁତର ଏହି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ସନ୍ତରାଗଡ଼ିଆ ରାସ୍ତାର ଜୁରିଆପାଟଣା ଛକ ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ଅଭିଷେକ ରାଉତ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୨ଟି ବାଇକ୍‌ରେ ୩ […]

BIKE

Niharika Rout
  • Published: Wednesday, 24 February 2021
  • , Updated: 24 February 2021, 10:36 AM IST

ନୀଳଗିରି (ବିଶ୍ୱମ୍ବର ଦାସ): ପୋଲ ତଳକୁ ଖସିଲା ୨ ବାଇକ୍‌। ଚାଲିଗଲ ଜଣଙ୍କ ଜୀବନ। ଆଉ ଦୁଇ ଜଣ ଗୁରୁତର ଏହି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ସନ୍ତରାଗଡ଼ିଆ ରାସ୍ତାର ଜୁରିଆପାଟଣା ଛକ ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ଅଭିଷେକ ରାଉତ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୨ଟି ବାଇକ୍‌ରେ ୩ ଜଣ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମୁହାଁମୁହିଁ ଧକ୍କା ହେବା ପରେ ବାଇକ୍‌ ୨ଟି ପୋଲ ତଳକୁ ଖସି ପଡ଼ିଥିଲା। ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ନିଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ।

ସେମାନଙ୍କ ମଧ୍ୟରୁ ଅଭିଷେକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରୁ କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ ସହ ତଦନ୍ତ ଆରମ୍ଭ କରିଛି।

Related story