Advertisment

ବାହାନଗାର ବିକାଶ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ରେଳମନ୍ତ୍ରୀ

ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବାରୁ ବାହାନଗାବାସୀଙ୍କୁ ଧନ୍ୟବାଦ ରେଳମନ୍ତ୍ରୀ ଜଣାଇଛନ୍ତି।

author-image
Manoranjan Sial
Train Accident

Train Accident

ବାହାନଗା ବଜାର ଷ୍ଟେସନ୍‌ରେ ଘଟିଥିଲା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ଆଜି ସେଠାରେ ପୁଣି ଥରେ ପହଞ୍ଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ବାହାନଗା ବାସୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବାରୁ ବାହାନଗାବାସୀଙ୍କୁ ଧନ୍ୟବାଦ ରେଳମନ୍ତ୍ରୀ ଜଣାଇଛନ୍ତି। ଏହି ଅବସରରେ ରେଳମନ୍ତ୍ରୀ ବାହାନଗାର ବିକାଶ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ସେହି ଅର୍ଥରେ ବାହାନଗା ମେଡ଼ିକାଲ ଓ ଗାଁର ବିକାଶ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି।

Advertisment

ବାହାନଗାରେ କାର୍ଯ୍ୟକ୍ରମ ସାରିବା ପରେ ରେଳମନ୍ତ୍ରୀ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଯାଇଥିଲେ। ସେଠାରେ ଆୟୋଜିତ ରେଳ ଦୁର୍ଘଟଣାରେ ମୃତକଙ୍କ ସ୍ମୃତି ସଭାରେ ଯୋଗଦେଇଥିଲେ। ମେଡିକାଲକୁ ଚିକିତ୍ସା ହେବାକୁ ଆସିଥିବା ଆହତଙ୍କୁ ଚିକିତ୍ସା କରିବାଠାରୁ ଆରମ୍ଭ କରି ରକ୍ତ ଦାନ ଭଳି ସମସ୍ତ ସେବା ଯୋଗାଇଥିବା ମେଡିକାଲର ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଓ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ସାଧୁବାଦ ଜଣାଇବା ସହିତ ବାଲେଶ୍ୱରବାସୀଙ୍କ ଋଣ କେବେବି ସୁଝି ହେବ ନାହିଁ ବୋଲି ରେଳମନ୍ତ୍ରୀ କହିଥିଲେ।

Advertisment

ସୂଚନାରୁ ପ୍ରକାଶ, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଥିଲା।

Balasore BalasoreTrainAccident