Advertisment

୨ କୋଟି ଟଙ୍କାର ବ୍ରାଉନ୍ ସୁଗର୍ ଜବତ

ଜଳେଶ୍ୱର (ଅଜିତ୍ କୁମାର ଦାସ): ଧଳା ଜହରର କଳା ବେପାର ମହିଳା ସାଜିଛନ୍ତି କିଙ୍ଗ୍ ପିନ। ଆଜି ଜଳେଶ୍ୱର ରାଜପୁର ବସ୍ତି ଅବକାରୀ ଓ ଜଳେଶ୍ୱର ପୁଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି। ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାରି ଏବଂ ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ଟିମ ଚଡାଉ କରି ପାଖା ପାଖି ୨ କେଜି ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପୁରୀରୁ ୨୦ ଲକ୍ଷର ବ୍ରାଉନସୁଗର ଜବତ

brown-sugar

ଜଳେଶ୍ୱର (ଅଜିତ୍ କୁମାର ଦାସ): ଧଳା ଜହରର କଳା ବେପାର ମହିଳା ସାଜିଛନ୍ତି କିଙ୍ଗ୍ ପିନ। ଆଜି ଜଳେଶ୍ୱର ରାଜପୁର ବସ୍ତି ଅବକାରୀ ଓ ଜଳେଶ୍ୱର ପୁଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି। ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାରି ଏବଂ ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ଟିମ ଚଡାଉ କରି ପାଖା ପାଖି ୨ କେଜି ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବଲି ଜଣା ପଡିଛି।

Advertisment

ତେବେ ଦିନକୁ ଦିନ ଜଳେଶ୍ଵରରେ ଧଳା ଜହର ବଢି ଚାଲିଥିବା ବେଳେ ନୂତନ ଭାବେ ଦାୟିତ୍ୱ ନେଇଥିବା ଆଇଆଇସି ପ୍ରଜ୍ଞା ମାହାନ୍ତି ଏତେ ମାତ୍ରାରେ ଧଳା ଜହର ଧରିବାରେ ସକ୍ଷମ ହେଇଛନ୍ତି। ଚଢ଼ାଉ ବେଳେ ପୁଲିସକୁ ନାକେଦମ୍ କରିଥିଲେ ବ୍ରାଉନ ସୁଗର ବେପାରି।

ଏଥିରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି। ତେବେ ଏଥି ମଧ୍ୟରୁ ଜଣେ ମହିଳା କିଙ୍ଗ୍ ପିନ ଅଛନ୍ତି। ସେ ହେଉଛନ୍ତି ଆମିନା ବିବି। ଆଉ ଜଣେ ହେଉନ୍ତି ଜଣେ ଯୁବକ। ସୁରକ୍ଷା ପାଇଁ ଭୋଗରାଇ ବ୍ଲକର କର୍ମଦା ଥାନାରେ ଉଭୟଙ୍କୁ ରଖା ଯାଇଛି।

Advertisment
Brown Sugar Smuggling