ଯାତ୍ରା ଦେଖିବାକୁ ଘରୁ ବାହାରିଥିଲେ ୨ ନାବାଳକ, ହେଲେ...

ସୋର(ଓଡ଼ିଶା ରିପୋର୍ଟର): ଯାତ୍ରା ଦେଖିବାକୁ ଯିବା କାଳ ହେଲା।  ପିଟିଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ହିଁ ଆଖି ବୁଜିଲେ ୨ ନାବାଳକ । ଏପରି ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ନଦୀଗାଁ ଛକ ନିକଟରେ ଗତରାତିରେ ଘଟିଛି। ମୃତକଦ୍ୱୟ ହେଲେ ନଦୀଗାଁ ପଞ୍ଚାୟତ କାନପୁର ଗାଁର ୧୩ ବର୍ଷୀୟ ସୁକୁଟା ସିଂ ଓ ୧୭ ବର୍ଷୀୟ ଚକଡ଼ ସିଂ । ଗତକାଲି ବିଳମ୍ବିତ ରାତିରେ ୨  ନାବାଳକ ଯାତ୍ରା ଦେଖିବାକୁ ଏକ ବାଇକ୍‌ରେ […]

accident

accident

Niharika Rout
  • Published: Sunday, 13 March 2022
  • Updated: 13 March 2022, 09:31 AM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର): ଯାତ୍ରା ଦେଖିବାକୁ ଯିବା କାଳ ହେଲା।  ପିଟିଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ହିଁ ଆଖି ବୁଜିଲେ ୨ ନାବାଳକ । ଏପରି ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ନଦୀଗାଁ ଛକ ନିକଟରେ ଗତରାତିରେ ଘଟିଛି। ମୃତକଦ୍ୱୟ ହେଲେ ନଦୀଗାଁ ପଞ୍ଚାୟତ କାନପୁର ଗାଁର ୧୩ ବର୍ଷୀୟ ସୁକୁଟା ସିଂ ଓ ୧୭ ବର୍ଷୀୟ ଚକଡ଼ ସିଂ ।

ଗତକାଲି ବିଳମ୍ବିତ ରାତିରେ ୨  ନାବାଳକ ଯାତ୍ରା ଦେଖିବାକୁ ଏକ ବାଇକ୍‌ରେ ଯାଇଥିଲେ।  ବିଧିର ବିଧାନ କିଛି ଅଲଗା ଥିଲା। ଯାତ୍ରା ସ୍ଥଳରେ ପହଞ୍ଚିବା ପୂର୍ବରୁ ଏକ ଅଜଣା ଗାଡି ଉଭୟଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ୨ ଜଣ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ l ଆଜି ସକାଳେ ସ୍ଥାନୀୟ ଲୋକେ ୨ ଜଣଙ୍କ ମୃତଦେ  ରାସ୍ତା କଡରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ l ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l

ଦୁର୍ଘଟଣାଗ୍ରସ୍ତ ବାଇକ୍‌ଟି ରାସ୍ତା କଡ଼ରେ ଚୂରମାର ହୋଇ ପଡ଼ିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ କିଛି ସୂଚନା ମିଳିପାରିନି। ୨ ନାବାଳକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Also Read