accident
ସୋର(ଓଡ଼ିଶା ରିପୋର୍ଟର): ଯାତ୍ରା ଦେଖିବାକୁ ଯିବା କାଳ ହେଲା। ପିଟିଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ହିଁ ଆଖି ବୁଜିଲେ ୨ ନାବାଳକ । ଏପରି ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ନଦୀଗାଁ ଛକ ନିକଟରେ ଗତରାତିରେ ଘଟିଛି। ମୃତକଦ୍ୱୟ ହେଲେ ନଦୀଗାଁ ପଞ୍ଚାୟତ କାନପୁର ଗାଁର ୧୩ ବର୍ଷୀୟ ସୁକୁଟା ସିଂ ଓ ୧୭ ବର୍ଷୀୟ ଚକଡ଼ ସିଂ ।
ଗତକାଲି ବିଳମ୍ବିତ ରାତିରେ ୨ ନାବାଳକ ଯାତ୍ରା ଦେଖିବାକୁ ଏକ ବାଇକ୍ରେ ଯାଇଥିଲେ। ବିଧିର ବିଧାନ କିଛି ଅଲଗା ଥିଲା। ଯାତ୍ରା ସ୍ଥଳରେ ପହଞ୍ଚିବା ପୂର୍ବରୁ ଏକ ଅଜଣା ଗାଡି ଉଭୟଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ୨ ଜଣ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ l ଆଜି ସକାଳେ ସ୍ଥାନୀୟ ଲୋକେ ୨ ଜଣଙ୍କ ମୃତଦେ ରାସ୍ତା କଡରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ l ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l
ଦୁର୍ଘଟଣାଗ୍ରସ୍ତ ବାଇକ୍ଟି ରାସ୍ତା କଡ଼ରେ ଚୂରମାର ହୋଇ ପଡ଼ିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ କିଛି ସୂଚନା ମିଳିପାରିନି। ୨ ନାବାଳକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/12/accident-1-1.jpg)