Advertisment

ରାଜନୈତିକ ହିଂସାରୁ ହେଲା ରକ୍ତପାତ, ୨ ଗୁରୁତର

ଦୁଇ ରାଜନୈତିକ ଗୋଷ୍ଠି ମଧ୍ୟରେ ଘଟିଥିବା ସଂଘର୍ଷରେ ୨ ଜଣ ଗୁରୁତର ହୋଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

author-image
Niharika Rout
Attack

Attack

ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡ଼ ଗାଁରେ ଗତ ରାତିରେ ରାଜନୈତିକ ହିଂସା ଯୋଗୁ ଘଟିଛି ରକ୍ତପାତ l ଦୁଇ ରାଜନୈତିକ ଗୋଷ୍ଠି ମଧ୍ୟରେ ଘଟିଥିବା ସଂଘର୍ଷରେ ୨ ଜଣ ଗୁରୁତର ହୋଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୁରୁତର ବ୍ୟକ୍ତିଦ୍ୱୟ ହେଲେ ଦିବାକର ପଣ୍ଡା,ଅଶୋକ ନାୟକ l

Advertisment

ଗତକାଲି ବିଳମ୍ବିତ ରାତିରେ ଦିବାକର ପଣ୍ଡା,ଅଶୋକ ନାୟକ କାମ ସାରି ପାଖ ବଜାରରୁ ଘରକୁ ଫେରୁଥିଲେ। ଉକ୍ତ ସମୟରେ ଏକ ନିଛାଟିଆ ସ୍ଥାନରେ ଅନ୍ୟ ଏକ ରାଜନୈତିକ ପାର୍ଟିର ୭,୮ ଜଣ ମାରଣାସ୍ତ୍ର ଧରି ଅଟକି ରହିଥିଲେ। ସେମାନେ ଅତର୍କିତ ଭାବେ ଦିବାକର ପଣ୍ଡା,ଅଶୋକ ନାୟକଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେମାନଙ୍କ ଶରୀର ସାରା ଭୁଜାଲି ଚୋଟ ବାଜିଥିବା ବେଳେ ସେମାନଙ୍କ ଗୋଡ଼ ବି ଭାଙ୍ଗି ଯାଇଛି।

ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ୍‌ ପହଞ୍ଚି ତୁରନ୍ତ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପ୍ରଥମେ ସେମାନଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

Advertisment

ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି। ତୁରନ୍ତ ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି ।

ଏନେଇ ଆକ୍ରମଣର ଶିକାର ହୋଇଥିବା ଦିବାକର ପଣ୍ଡା କହିଛନ୍ତି, ଆକ୍ରମଣକାରୀ ନିଶାଦ୍ରବ୍ୟ ବିକନ୍ତି। ଏନେଇ ପୂର୍ବରୁ ବି ଥାନାକୁ ଜଣାଇଥିଲୁ। ଏହାକୁ ନେଇ ସେମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ବେଳେ ଆକ୍ରମଣ କରିବାକୁ ସୁଯୋଗ ଖୋଜୁଥିଲେ। ଗତରାତିରେ ସେମାନେ ଆମକୁ ଲୁହା ରଡ଼, ଭୁଜାଲି ଓ ବାଡ଼ିରେ ଆକ୍ରମଣ କରିଛନ୍ତି। ଗୋଡ଼କୁ ପିଟି ଭାଙ୍ଗି ଦେଇଛନ୍ତି। ଆମକୁ ନ୍ୟାୟ ଦରକାର ।

Balasore Attack;