Advertisment

ଟ୍ରକ୍‌ରେ ଚାଲାଣ ହେଉଥିଲା ୨୦୦ ଗୋରୁ, ଦୁର୍ଘଟଣାରେ ୨୦ ମୃତ

ଦୁର୍ଘଟଣାରେ ଶତାଧିକ ଗୋରୁ ଆହତ ହୋଇଛନ୍ତି। ଗୋ-ସେବକମାନେ ପହଞ୍ଚି ସେମାନଙ୍କ ସେବା, ଯତ୍ନ କରୁଛନ୍ତି।

injured cow

injured cow

Advertisment

ଓଡିଶାରୁ ପଶ୍ଚିମବଙ୍ଗକୁ ଲୁଚାଛପାରେ ଗୋରୁ ଚୋରାଚାଲାଣ କରୁଥିବା ଟ୍ରକ୍ ଓଲଟିଲା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଦେଇ ଯାଇଥିବା ରାଜ୍ୟ ରାଜପଥ ୫୭ର ମହାନ୍ତି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଟ୍ରକ୍‌ରେ ବୋଝେଇ ହୋଇ ଯାଉଥିବା ୨୦୦ରୁ ଅଧିକ ଗୋରୁ ମଧ୍ୟରୁ ୨୦ରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଶତାଧିକ ଗୋରୁ ଆହତ ହୋଇଛନ୍ତି। ଗୋ-ସେବକମାନେ ପହଞ୍ଚି ସେମାନଙ୍କ ସେବା, ଯତ୍ନ କରୁଛନ୍ତି।

Advertisment

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଗୋ-ମାତାଙ୍କ ଉପରେ ଏଭଳି ନିଷ୍ଠୁର ନିର୍ଯାତନାକୁ ବିଭିନ୍ନ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ପ୍ରଶାସନ ଦାୟିତ୍ୱହୀନତାରୁ ଏଭଳି ବେଆଇନ ଗୋ-ଚାଲାଣ ହେଉଥିବା ଅଭିଯୋଗ ହୋଇଛି।

ଦୁର୍ଘଟଣା ଘଟିଥିବା ଟ୍ରକ୍‌ ପଶ୍ଚିମବଙ୍ଗର। ଭାରସ୍ୟାମ ହରାଇ ଏହା ଓଲଟି ପଡ଼ିଛି। ଟ୍ରକ୍‌ ଡ୍ରାଇଭରକୁ ତାଳସାରୀ ମେରାଇନ ପୁଲିସ ଅଟକ ରଖିଛି। ଏଥିସହ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି ରଖିଛି।

Advertisment

ପୁଲିସ ସହ ଅସାମାଜିକଙ୍କ ସଲାସୁତରା ଯୋଗୁ ବସ୍ତା, ଜଳେଶ୍ୱର, ଭୋଗରାଇ ଥାନା ଓ ରାଜଘାଟ ନାକା ପଏଣ୍ଟ ପାର ହୋଇ ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ ହେଉଥିବା ଗୋ-ସେବକମାନେ ଅଭିଯୋଗ କରିଛନ୍ତି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe