ଡ୍ରିଲ୍‌ ବେଳେ ଅଚେତ ହୋଇପଡ଼ିଲେ ୩ ଛାତ୍ରୀ

ନୀଳଗିରି( ଓଡ଼ିଶା ରିପୋର୍ଟର): ସ୍କୁଲରେ ଡ୍ରିଲ୍‌ ଚାଲିଥିବା ବେଳେ ଅଚେତ ହୋଇ ପଡ଼ିଲେ ୩ ଛାତ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଜାମୁଡିଆସ୍ଥିତ ଆଦର୍ଶ ବିଦ୍ୟାଳୟରେ  ଆଜି ସକାଳେ ଏପରି ଘଟଣା ଘଟିଛି।  ଅଚେତ ହୋଇ ପଡ଼ିଥିବା ତିନି ଛାତ୍ରୀ ହେଲେ ହରପ୍ରିୟା ପାତ୍ର, ଜ୍ୟୋସ୍ନାରାଣୀ ବେହେରା,କବିତା ଜେନା । ତୁରନ୍ତ ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଯାଇଛି। ଛାତ୍ରୀମାନଙ୍କ ଅବସ୍ଥା ଠିକ୍ ଥିବା ସ୍କୁଲର ପ୍ରିନ୍ସିପାଲ କହିଛନ୍ତି । ତେବେ ଛାତ୍ରୀମାନେ କାହିଁକି ଅଚେତ ହୋଇ […]

students

Niharika Rout
  • Published: Saturday, 23 April 2022
  • , Updated: 23 April 2022, 11:13 AM IST

ନୀଳଗିରି( ଓଡ଼ିଶା ରିପୋର୍ଟର): ସ୍କୁଲରେ ଡ୍ରିଲ୍‌ ଚାଲିଥିବା ବେଳେ ଅଚେତ ହୋଇ ପଡ଼ିଲେ ୩ ଛାତ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଜାମୁଡିଆସ୍ଥିତ ଆଦର୍ଶ ବିଦ୍ୟାଳୟରେ  ଆଜି ସକାଳେ ଏପରି ଘଟଣା ଘଟିଛି।  ଅଚେତ ହୋଇ ପଡ଼ିଥିବା ତିନି ଛାତ୍ରୀ ହେଲେ ହରପ୍ରିୟା ପାତ୍ର, ଜ୍ୟୋସ୍ନାରାଣୀ ବେହେରା,କବିତା ଜେନା ।

ତୁରନ୍ତ ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଯାଇଛି। ଛାତ୍ରୀମାନଙ୍କ ଅବସ୍ଥା ଠିକ୍ ଥିବା ସ୍କୁଲର ପ୍ରିନ୍ସିପାଲ କହିଛନ୍ତି । ତେବେ ଛାତ୍ରୀମାନେ କାହିଁକି ଅଚେତ ହୋଇ ପଡିଲେ, କାରଣ ଅସ୍ପଷ୍ଟ ରହିଛି ।

ପିଲାମାନେ ସକାଳେ ସ୍କୁଲ ଆସୁଥିବାରୁ ଖିଆପିଆ ପ୍ରତି ଧ୍ୟାନ ଦେଉ ନାହାନ୍ତି। ଏଥିଯୋଗୁ ଏସିଡିଟି ହୋଇ  ସେମାନଙ୍କ ମୁଣ୍ଡ ବୁଲାଇଲା ଓ ସେମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। ତେଣୁ ଆମେ ତୁରନ୍ତ ସେମାନଙ୍କୁ ମେଡିକାଲ ନେଇ ଆସିଲୁ । ଏବେ ପିଲାମାନେ ସୁସ୍ଥ ଥିବା କହିଛନ୍ତି ସ୍କୁଲ ପ୍ରିନ୍ସିପାଲ।

ଚଳିତ ବର୍ଷ  ଖରା ଛୁଟି ଅବଧି କମାଇ ଦିଆଯାଇଥିବାରୁ ଅଭିଭାବକମାନେ । ଅସହ୍ୟ ଖରାରେ ଲୋକେ କଲବଲ ହେଉଥିବା ବେଳେ ଛୋଟ ଛୋଟ ପିଲାମାନେ କିପରି ସ୍କୁଲ ଯିବେ, ଏହାକୁ କିପରି ସହ୍ୟ କରିବେ ସେ ନେଇ ପ୍ରଶ୍ନ କରିଛନ୍ତି ଅଭିଭାବକ । ଏହାକୁ ଦୃଷ୍ଟିରେ ରଖି ମେ’ ପହିଲାରୁ ସ୍କୁଲ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ । ଫଳରେ ଖରା ଅଧିକ ହେବା ପୂର୍ବରୁ ପିଲାମାନେ ଘରେ ପହଞ୍ଚିଯିବେ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାସ। ତେବେ ଖରା ଛୁଟି ଅବଧିକୁ ବଢ଼ାଇବା ମୁଡରେ ଶିକ୍ଷା ବିଭାଗ ନ ଥିବା ପରି ଲାଗୁଛି। ହେଲେ ବିଶେଷ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ପରିବର୍ତ୍ତନ ହୋଇପାରେ ବୋଲି ଗତକାଲି ଶିକ୍ଷା ମନ୍ତ୍ରୀ କହିଥିବା ବେଳେ ଆଗକୁ କେଉଁ ପଦକ୍ଷେପ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର।

Related story