Advertisment

ସେବାଶ୍ରମରୁ ଲୁଚି ପଳାଇ ଆସିଲେ ୩ ଛାତ୍ର, ଜଙ୍ଗଲରେ ରାତି କାଟିଲେ

ଛାତ୍ରମାନଙ୍କ କହିବା ମୁତାବକ ସେମାନେ ଗତ ଶୁକ୍ରବାର ରାତିରୁ ଆଶ୍ରମରୁ ଲୁଚି ପଳାଇ ଆସିଥିଲେ। ପରେ ଗୋଟିଏ ଜଙ୍ଗଲରେ ରାତ୍ରୀ ଜାପନ କରିଥିଲେ।

biscuit

biscuit

Advertisment

ସେବାଶ୍ରମରୁ ଲୁଚି ପଳାଇ ଆସି ଜଙ୍ଗଲରେ ରାତି କାଟିଲେ। ଦୋକାନରୁ ବିସ୍କୁଟ, ଅମୁଲ, ଚକୋଲେଟ୍ ଚୋରୀ କରି ଖାଇଲେ। ହେଲେ ପରେ ଧରାପଡ଼ିଲେ ୩ ସେବାଶ୍ରମ ଛାତ୍ର। ଲୋକେ ଏହି ନାବାଳକଙ୍କୁ ଧରିବା ପରେ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି। ସେମାନଙ୍କୁ ସେବାଶ୍ରମ ସ୍କୁଲରେ ଖାଇବାକୁ ଦିଆ ନ ଯିବାରୁ ଓ ନିର୍ଯାତନା ଦିଆଯାଉଥିବାରୁ ଭୋକ ମେଣ୍ଟାଇବା ପାଇଁ ସେମାନେ ଏହି କାଣ୍ଡ କରିଥିବା ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଖରାସାହାପୁର ପଞ୍ଚାୟତରେ ଏହି ସେବାଶ୍ରମ ରହିଛି। ସ୍ଥାନୀୟ ଅଞ୍ଚଳରୁ ଏହି ଛାତ୍ରମାନେ ଧରାପଡ଼ିଛନ୍ତି।

Advertisment

ଛାତ୍ରମାନଙ୍କ କହିବା ମୁତାବକ ସେମାନେ ଗତ ଶୁକ୍ରବାର ରାତିରୁ ଆଶ୍ରମରୁ ଲୁଚି ପଳାଇ ଆସିଥିଲେ। ପରେ ଗୋଟିଏ ଜଙ୍ଗଲରେ ରାତ୍ରୀ ଜାପନ କରିଥିଲେ। ଭୋକ ସମ୍ଭାଳିନପାରି ଗୋଟିଏ ଦୋକାନରୁ ଚୋରୀ କରି ଖାଇଥିଲେ। ସେବାଶ୍ରମରେ ସେମାନଙ୍କୁ ଘର ସଫା କରିବା ପାଇଁ କୁହାଯାଇଥିଲା। ନକରିବାରୁ ଆଶ୍ରମ କର୍ମଚାରୀ ମାଡ଼ ମାରିବାରୁ ସେମାନେ ଲୁଚି ପଳେଇ ଆସିଥିଲେ।

ଆଜି ସେମାନଙ୍କ ଚଲାବୁଲା ଉପରେ ସନ୍ଦେହରେ କିଛି ଲୋକେ ତାଙ୍କୁ ଅଟକାଇ ପଚାରିବା ପରେ ଏହି କଥା ସମ୍ମୁଖକୁ ଆସିଛି। ସେମାନଙ୍କ ବ୍ୟାଗରୁ ବହୁ ପରିମାଣର ବିସ୍କୁଟ, ଚକଲେଟ ଓ ଅନ୍ୟାନ୍ୟ ଜିନିଷ ମିଳିଥିଲା। ସ୍ଥାନୀୟ ଲୋକେ ଏହି ଛାତ୍ରମାନଙ୍କୁ ଉଦ୍ଧାର କରି ସୋର ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହି ନାବାଳକମାନଙ୍କ ଘଣ ମାର୍କୋଣା ଗାଁର ବୋଲି ଜଣାପଡ଼ିଛି।

Advertisment

ଖବର ପାଇ ପୁଲିସ ପହଞ୍ଚିବା ପରେ ଛାତ୍ରମାନଙ୍କୁ ପଚରାଉଚରା କରିଥିଲେ। ପରେ ଘଟଣାର ତଦନ୍ତ କରିବା ସହ ସେମାନଙ୍କୁ ଘରକୁ ଛାଡ଼ିବାକୁ ନେଇ ଯାଇଥିଲା। ତେବେ ଏନେଇ ପୁଲିସ କିମ୍ବା ସେବାଶ୍ରମ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟର- ସୋରରୁ ନିରଞ୍ଜନ ବେହେରା

School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe