Advertisment

ଘରେ ପଶି ପତ୍ନୀଙ୍କୁ ଏସିଡ୍‌ ମାଡ଼ କଲା ସ୍ୱାମୀ!

ଆଜି ଚନ୍ଦନ ଶ୍ୱଶୂର ଘରକୁ ଆସିଥିଲେ। ସେଠାରେ ଚନ୍ଦନ ଓ ବନିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବନିତାଙ୍କ ଉପରକୁ ଚନ୍ଦନ ଏସିଡ୍‌ ଫିଙ୍ଗିଥିବା ଅଭିଯୋଗ ହୋଇଛି। ବନିତାଙ୍କ ଚିତ୍କାର ଶୁଣି ତାଙ୍କ ବଡ଼ଭଉଣୀ ବର୍ଷା ଓ ତାଙ୍କ(ବର୍ଷାଙ୍କ) ଦୁଇ ପିଲା ଧାଇଁ ଆସିଥିଲେ।

author-image
Manoranjan Sial
Balasore

Balasore

ଘରେ ପଶି ପତ୍ନୀଙ୍କୁ ଏସିଡ୍‌ ମାଡ଼ କଲା ସ୍ୱାମୀ! ପତ୍ନୀ, ଦେଢ଼ଶାଳୀଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ପ୍ରେମ ବ୍ୟାପାରକୁ ନେଇ ଏସିଡ ମାଡ଼ ହୋଇଥିବା ଅଭିଯୋଗ ହୋଇଛି।

Advertisment

ସହଦେବଖୁଣ୍ଟା ଥାନା ଭୀମପୁର ଗାଁର କାର୍ତ୍ତିକ ସିଂଙ୍କର ଦୁଇ ଝିଅ ଅଛନ୍ତି। କାର୍ତ୍ତିକଙ୍କ ସାନ ଝିଅ ବନିତା ସିଂ ଦେଢ଼ ମାସ ତଳେ ନୀଳଗିରି ନୟାପାଟଣାର ଚନ୍ଦନ କୁମାର ରଣାଙ୍କୁ ବିବାହ କରିଥିଲେ। ବିବାହ ପରେ ବନିତା ଜାଣିବାକୁ ପାଇଲେ ତାଙ୍କ ସ୍ୱାମୀ ଚନ୍ଦନ ଆଉ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ସେଥିପାଇଁ ତାଙ୍କୁ ବୁଝାଇ ଥିଲେ। ମାତ୍ର ସେ ବୁଝିବା ଅବସ୍ଥାରେ ନଥିଲେ। ତେଣୁ କିଛି ଉପାୟ ନପାଇ ବନିତା ବାପ ଘରକୁ ପଳାଇ ଯାଇଥିଲେ।

ଅଭିଯୋଗ ଅନୁସାରେ ଆଜି ଚନ୍ଦନ ଶ୍ୱଶୂର ଘରକୁ ଆସିଥିଲେ। ସେଠାରେ ଚନ୍ଦନ ଓ ବନିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବନିତାଙ୍କ ଉପରକୁ ଚନ୍ଦନ ଏସିଡ୍‌ ଫିଙ୍ଗିଥିବା ଅଭିଯୋଗ ହୋଇଛି। ବନିତାଙ୍କ ଚିତ୍କାର ଶୁଣି ତାଙ୍କ ବଡ଼ଭଉଣୀ ବର୍ଷା ଓ ତାଙ୍କ(ବର୍ଷାଙ୍କ) ଦୁଇ ପିଲା ଧାଇଁ ଆସିଥିଲେ। ସେମାନେ ମଧ୍ୟ ଏସିଡ ମାଡ଼ରେ ଗୁରୁତର ଆହତ ହୋଇଛି। ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏସିଡ ମାଡ଼ କରି ଅଭିଯୁକ୍ତ ଚମ୍ପଟ ମାରିଛି।

Advertisment

ରିପୋର୍ଟ-ବାଲେଶ୍ୱରରୁ ରଞ୍ଜିତ ପାକଳ

Balasore Acid Attack