Advertisment

ଚୋରା ବାଲି ଚାଲାଣ ଟ୍ରାକ୍ଟର ଧକ୍କାରେ ୪ ବର୍ଷ ଝିଅର ମୃତ୍ୟୁ

୧୪୪ ଧାରା ଜାରି ହୋଇଥିବା ବେଳେ ସୁବର୍ଣ୍ଣରେଖାରୁ କେମିତି ବାଲି ଚୋରା ଚାଲାଣ ହେଉଥିଲା? ପ୍ରଶାସନ କେମିତି ଜାଣି ପାରୁନଥିଲା? ଆଜିର ଦୁର୍ଘଟଣା ପାଇଁ ଦାୟୀ କିଏ?

Balasore

Balasore

Advertisment

ଚୋରା ବାଲି ଚାଲାଣ ଟ୍ରାକ୍ଟର ଧକ୍କାରେ ୪ ବର୍ଷର ଝିଆର ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଟ୍ରାକ୍ଟର ଛାଡ଼ି ଡ୍ରାଇଭର ଚମ୍ପଟ ମାରିଥିବା ଜଣାପଡ଼ିଛି।

Advertisment

ସୁବର୍ଣ୍ଣରେଖା ନଦୀରୁ ବାଲି ଚୋରା ଚାଲାଣ ରୋକିବା ପାଇଁ ୧୪୪ ଧାରା ଜାରି କରାଯାଇଛି। ଏହା ସତ୍ତ୍ୱେ ଆଜି ଟ୍ରାକ୍ଟରରେ ବାଲି ଉତ୍ତୋଳନ କରାଯାଇ ପଡ଼ୋଶୀ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା। ଅପରାହ୍ନରେ ପଶ୍ଚିମବଙ୍ଗ ରାଜ୍ୟର ନମ୍ୱର ଥିବା ଏକ ଟ୍ରାକ୍ଟର ବାଲି ଲୋଡ୍‌ କରି ଦ୍ରୁତ ଗତିରେ କାଦରାୟାଁ ଗାଁ ମଧ୍ୟଦେଇ ବେଆଇନ୍ ବାଲି କୋଲକାତା ଆଡକୁ ଯାଉଥିଲା।

ତେବେ ଦେଭୋଗ ବସ୍ତିଠାରେ ସମିରୁଦ୍ଦିଙ୍କ ୪ ବର୍ଷର ଝିଅ ଆରୁଖା ଖାତୁନଙ୍କୁ ଟ୍ରାକ୍ଟରଟି ଧକ୍କା ଦେଇଥିଲା। ଫଳରେ ଖାତୁନ୍‌ ଗୁରୁତର ଆହତ ହୋଇଥିଲା। ସ୍ଥାନୀୟ ଲୋକ ତାକୁ ଶିଶୁଟିକୁ ଉଦ୍ଧାର କରି ପାଉଁଶକୁଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କରିଥିଲେ।

Advertisment

ଖବର ପାଇଁ ସିଂଲା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ୧୪୪ ଧାରା ଜାରି ହୋଇଥିବା ବେଳେ କେମିତି ବାଲି ଚୋରା ଚାଲାଣ ହେଉଥିଲା? ଏ ସମ୍ପର୍କରେ କେମିତି ପ୍ରଶାସନ ଜାଣିପାରୁନଥିଲା। ନା ପ୍ରଶାସନ ଜାଣତରେ ବାଲି ଚୋରା ଚାଲାଣ ହେଉଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ ଦାସ

Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe