Advertisment

ସିରିଜ୍ ଦୁର୍ଘଟଣା, ୫ ଗୁରୁତର

ଗତକାଲି ରାତିରେ ଏକ ଇନୋଭା ଭ୍ୟାନ୍‌ ଦ୍ରୁତ ଗତିରେ ଆସି ବାଲିଓରା ଛକରେ ଏକ ପଥଚାରୀକୁ ଧକ୍କା ଦେଇଥିଲା।

Road accident

Road accident

Advertisment

ବାଲେଶ୍ୱର ଜିଲ୍ଲା ନୀଳଗିରି-ପଞ୍ଚଲିଙ୍ଗେଶ୍ୱର ରାସ୍ତାର ବାଲିଓରା ଛକରେ ଗତକାଲି ରାତିରେ ସରିଜ୍ ଦୁର୍ଘଟଣା ଘଟିଛି। ଏଥିରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ପଥଚାରୀ,ଜଣେ ବାଇକ୍ ଆରୋହୀ, ପିକ୍‌ଅପ୍‌ ଭ୍ୟାନ୍‌ର ଡ୍ରାଇଭର ଓ ହେଲପର ଓ ଇନୋଭା ଡ୍ରାଇଭର ରହିଛନ୍ତି। ସମସ୍ତଙ୍କୁ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାତିରେ ଏକ ଇନୋଭା ଭ୍ୟାନ୍‌ ଦ୍ରୁତ ଗତିରେ ଆସି ବାଲିଓରା ଛକରେ ଏକ ପଥଚାରୀକୁ ଧକ୍କା ଦେଇଥିଲା। ପରେ ସେହି ରାସ୍ତା ଦେଇ ଯାଉଥିବା ଏକ ବାଇକ୍‌ ଆରୋହୀକୁ ଧକ୍କା ଦେଇଥିଲା। ପରେ ଇନୋଭାଟି ଏକ ପିକ୍‌ଅପ୍‌ ଭ୍ୟାନଟିକୁ ଧକ୍କା ଦେଇଥିଲା।

ଦୁର୍ଘଟଣାରେ ପିକ୍‌ଅପ୍‌ ଭ୍ୟାନ୍‌ ଓ ଇନୋଭାଟି ଭାଙ୍ଗି ଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହାସହ ଇନୋଭା ଡ୍ରାଇଭରକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। 

Advertisment
Balasore Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe