Advertisment

ଚାଲିଥିଲା ଘର କାମ, ବିଦ୍ୟୁତ ସଂସ୍ପର୍ଶରେ ଆସିଗଲେ ୬ଶ୍ରମିକ

ଆଜି ସକାଳେ ବାଲିଆପାଳ ବସଷ୍ଟାଣ୍ଡ ନିକଟରେ ରହୁଥିବା ବାବୁ ସେଠୀଙ୍କ ନାମକ ଜଣେ ବ୍ୟକ୍ତି ଘରେ ନିଲ ଟନ୍‌ ପଡ଼ୁଥିଲା।

electric shock

electric shock

Advertisment

ଘର କାମ କଲା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ । ସମସ୍ତ ଆହତ ଶ୍ରମିକଙ୍କୁ ବାଲିଆପାଳ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ବାଲିଆପାଳ ବସଷ୍ଟାଣ୍ଡ ନିକଟରେ ରହୁଥିବା ବାବୁ ସେଠୀଙ୍କ ନାମକ ଜଣେ ବ୍ୟକ୍ତି ଘରେ ନିଲ ଟନ୍‌ ପଡ଼ୁଥିଲା।। ୬ରୁ୭ ଜଣ ଶ୍ରମିକ ଏହି କାମରେ ନିୟୋଜିତ ଥିଲେ। ଶ୍ରମିକମାନେ ଲୁହା ରଡ୍‌କୁ ଟେକି ଉଠାଇବା ବେଳେ ଲୁହା ରଡ୍‌ଟି ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଲୁହା ରଡ୍‌ଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯିବା ଫଳରେ ୬ ଜଣ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ୬ଜଣ ଶ୍ରମିକ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ବାଲିଆପାଳ ମେଡିକାଲରେ ଭର୍ତ୍ତି କରାଯାଇଛି।

୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୪ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

Advertisment
Balasore Electric Shock
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe