Advertisment

ସୋର କନ୍ୟାଶ୍ରମରେ ବ୍ୟାପିଲା ମସ୍ତିଷ୍କ ଜ୍ୱର, ୫ ଛାତ୍ରୀ ଆକ୍ରାନ୍ତ

ଗତ ଶୁକ୍ରବାର କନ୍ୟାଶ୍ରମରେ କିଛି ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲୋ ଜ୍ୱର ସହ ବାନ୍ତି ହେବାରୁ ପ୍ରାୟ ୨୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସମସ୍ତଙ୍କ ରକ୍ତ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଅନ୍ୟମାନଙ୍କର ନେଗେଟିଭ ଆସିଥିଲା।

ଅଦ୍ୟତନ ହୋଇଛି
Students

Students

Advertisment

ବାଲେଶ୍ୱର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ବ୍ୟାପିଛି ମସ୍ତିଷ୍କ ଜ୍ୱର। କନ୍ୟାଶ୍ରମର ୫ ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇ ବାଲେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ଘୁଷୁରୀ ଓ ମଶା ଦ୍ୱାରା ଏହି ଜ୍ୱର ବ୍ୟାପୁଥିବା ଅନୁମାନ କରାଯାଉଛି। ପ୍ରାୟ ୩ ଦିନ ପୂର୍ବେ ଏହି କନ୍ୟାଶ୍ରମର ଜଣେ ଛାତ୍ରୀଙ୍କର ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଅନ୍ୟ ଅନ୍ତେବେସୀ ଛାନିଆ ହୋଇ ପଡ଼ିଛନ୍ତି। 

Advertisment

ଗତ ୧୭ ତାରିଖରେ ଜ୍ୱରରେ ଆକ୍ରାନ୍ତ ଥିବା କନ୍ୟାଶ୍ରମର ୩ ଅନ୍ତେବାସୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋର ଡାକ୍ତରଖାନା ଓ ପରେ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅନ୍ତେବେସିନୀଙ୍କ ମୃତ୍ୟୁ ହୋଇଥିଲା। ଶନିବାର ଅପରାହ୍ନରେ ଆଉ ୨୫ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

ସୋର ଡାକ୍ତରଖାନାରେ ଚିକିତ୍ସିତ ସମସ୍ତ ଛାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷା ନିମନ୍ତେ ପଠାଯାଇଥିଲା। ସେମାନଙ୍କ ମଦ୍ୟରୁ ୫ ଜଣ ମସ୍ତିଷ୍କ ଜ୍ୱରରେ ପୀଡ଼ିତ ଥିବା ଜଣା ପଡ଼ିଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ପଜିଟିଭ ଚିହ୍ନଟ ୫ ଛାତ୍ରୀଙ୍କୁ ତୁରନ୍ତ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା ବେଳେ ତାହା ସ୍ଥିର ଥିବା ଜଣାଯାଇଛି।

Advertisment

ରବିବାର ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର କନ୍ୟାଶ୍ରମ ଓ ଡାକ୍ତରଖାନା ପରିଦର୍ଶନ କରି ଘଟଣାର ତଦନ୍ତ କରିବା ସହ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଫଳରେ ପ୍ରଥମେ ଏହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ସ୍ଥାନୀୟ ପ୍ରଶାସନ ପରେ ଏ ନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଫିଟାଇଥିଲା।  

ସୋର ପୁରୁବାଇ କନ୍ୟାଶ୍ରମରେ ୨ଟି ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ନିୟୋଜିତ ରହି ଅସୁସ୍ଥ ଛାତ୍ରୀଙ୍କ ଚିକିତ୍ସା କରୁଥିବା ବେଳେ ଆଜି ବାଲେଶ୍ୱରରୁ ଏକ ଟିମ୍‌ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି। ସେଠାରେ ଅନ୍ତେବାସୀଙ୍କ ସହ କର୍ମଚାରୀଙ୍କର ମଧ୍ୟ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି।

ଏନେଇ ବାଲେଶ୍ୱର ଏଡିଏମ୍‌ଓ ଡ. ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି ଗୋଟିଏ ସ୍କୁଲର ଛାତ୍ରୀ ଏହି ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ମଶା କିମ୍ବା ଘୁଷୁରୀ ଯୋଗୁ ଏହା ବ୍ୟାପୁଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଘୁଷୁରୀ ଥିଲେ ତାହାର ରକ୍ତ ନମୁନା ପରୀକ୍ଷା କରିବାକୁ ପ୍ରାଣୀଧନ ଚିକିତ୍ସା ବିଭାଗକୁ କୁହାଯାଉଛି।

School Students Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe