Advertisment

ଅମାନବୀୟ ଭାବେ ୬୦ ଗୋରୁଙ୍କୁ ବାନ୍ଧି ଚାଲାଣ କରାଯାଉଥିଲା, ବାଟରେ ଦୁର୍ଘଟଣା ଘଟାଇଲା ଟ୍ରକ୍

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଆମ୍ବଳିଅଠା ୧୬ ନମ୍ବର ଜାତୀୟ ରାଜପଥର ନନ୍ଦୀକା ନିକଟରେ ଆଜି ସକାଳେ ଏହି ଗୋରୁ ଗାଡ଼ି ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
truck accident

truck accident

Advertisment

ଅତି ଅମାନବୀୟ ଭାବେ ପ୍ରାୟ ୬୦ଟି ଗାଈଙ୍କୁ ରାଜ୍ୟ ବାହାରକୁ ଏକ ଟ୍ରକ୍‌ରେ ଚାଲାଣ ହେଉଥିଲା। ଏହି ଗାଈ ବୋଝେଇ ଗାଡ଼ି ଦୁର୍ଘଟଣା ହେବା ପରେ ଉକ୍ତ ଅମାନବୀୟ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଆମ୍ବଳିଅଠା ୧୬ ନମ୍ବର ଜାତୀୟ ରାଜପଥର ନନ୍ଦୀକା ନିକଟରେ ଆଜି ସକାଳେ ଏହି ଗୋରୁ ଗାଡ଼ି ଦୁର୍ଘଟଣା ଘଟିଛି। ସୂଚନା ପାଇବା ପରେ ଜଳେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ରେଜିଷ୍ଟେଶନ ଥିବା ଟ୍ରକ୍‌ରେ ଏହି ଗୋ-ଚାଲାଣ ହେଉଥିଲା। 

Advertisment

ଏହି ଗୋରୁ ବୋଝେଇ ଗାଡ଼ି ଭଦ୍ରକରୁ ପଶ୍ଚିମବଙ୍ଗକୁ ଯାଉଥିଲା। ଟ୍ରକ୍‌ଟି ଭାରସ୍ୟାମ ହରାଇ ଏକ ଡମ୍ପରକୁ ଧକ୍କା ଦେଇଥିଲା। ପରେ ଗୋରୁ ବୋଝେଇ ଗାଡ଼ିର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଜଳେଶ୍ୱର ପୁଲିସ ଗାଡ଼ିକୁ ଜବତ କରିଛି। 

ସେପଟେ ବାଲେଶ୍ୱର ଦେଇ ଥମି ବାର ନାଁ ନେଉନି ବେଆଇନ୍ ଗୋ-ଚାଲାଣ।  ପୁଲିସ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକାରେ ପଶ୍ଚିମବଙ୍ଗକୁ ଗୋ-ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଯାହା ଅସନ୍ତୋଷର କାରଣ ହୋଇଛି। ଭଦ୍ରକ ଜିଲ୍ଲା ପାର ହେବା ପରେ ବାଲେଶ୍ୱର ଶେରଗଡ଼ ଟୋଲ ଗେଟ୍, ବସ୍ତା, ଜଳେଶ୍ୱର ପ୍ରଭୃତି ବିଭିନ୍ନ ଚେକ୍‌ ଗେଟ୍‌ ଦେଇ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଓ ଗୋ-ମାତାଙ୍କ ଉପରେ ନିର୍ମମ ଅତ୍ୟାଚାର କରାଯାଉଥିବା ବେଳେ ପୁଲିସ ଯାଞ୍ଚ ମୂଲ୍ୟହୀନ ହୋଇଥିବା ଗୋ-ସେବକମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ବେଆଇନ ଗୋ-ଚାଲାଣକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Advertisment

ସେହିପରି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ଗୋଦରବିଲି ଗାଁ ନିକଟରୁ ୨ଟି ବେଆଇନ୍‌ ଗୋରୁ ବୋଝେଇ ପିକଅପ ସହିତ ଗୋଟିଏ କାରକୁ ଜବତ କରିଛି ତୁମୁସିଙ୍ଗା ପୁଲିସ। କାର୍‌ ଓ ପିକ୍‌ଅପରେ ଥିବା ୫ ଜଣ ଗୋରୁ ଚୋରାଚାଲାଣକାରୀଙ୍କୁ ପୁଲିସ ଅଟକ ରଖିଛି। ଏହି ଦୁର୍ବୃତ୍ତମାନେ ଦୁଇଟି ପିକଅପରେ କାମାକ୍ଷାନଗରରୁ କଟକ ଅଞ୍ଚଳକୁ ବେଆଇନ ଗୋଚାଲାଣ କରୁଥିଲେ। ଦୀର୍ଘଦିନ ହେବ ଗୋ-ଚାଲାଣରେ ସକ୍ରିୟ ଥିଲେ ଏହି ଦୁର୍ବୃତ୍ତ ଗ୍ୟାଙ୍ଗ। ତୁମୁସିଙ୍ଗା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ ଓ କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Accident Murder Using Truck Cow Slaughter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe