Advertisment

ଦୋକାନୀଙ୍କୁ ଚକମା ଦେଲେ ଲୁଟେରା, ଆଖି ଆଗରୁ ଲୁଟିନେଲେ ୬୦ ହଜାର

ସୋର (ଓଡ଼ିଶା ରିପୋର୍ଟର): ଜିନିଷ କିଣିଲେ। ଟଙ୍କା ବି ଦେଲେ। ହେଲେ ତା’ପରେ ଏକ ଶହେ ଟଙ୍କିଆ ନୋଟ୍ ବଦଳରେ ୨ଟି ୫୦ ଟଙ୍କିଆ ନୋଟ୍‌ ମାଗି ଦୋକାନ ମାଲିକଙ୍କଠାରୁ ଲୁଟି ନେଲେ ୬୦ ହଜାର ଟଙ୍କା। କ୍ୟାସ୍‌ ବକ୍ସରେ ହାତ ଭର୍ତ୍ତି କରି ଲୁଟି ନେଲେ ୫ଶହ ଟଙ୍କିଆ ନୋଟ୍‌ ବଣ୍ଡଲ। ଟଙ୍କା ଗାଏବ ହୋଇଥିବା ନେଇ ଟେର ପାଇ ନଥିଲେ ଦୋକାନ ମାଲିକ। ଏ ବିଷୟରେ ଜାଣିବା ପରେ ସେ ସିସିଟିଭି ଯାଞ୍ଚ କରିଥିଲେ। […]

ଅଦ୍ୟତନ ହୋଇଛି
ଦୋକାନୀଙ୍କୁ ଚକମା ଦେଲେ ଲୁଟେରା, ଆଖି ଆଗରୁ ଲୁଟିନେଲେ ୬୦ ହଜାର

bls

Advertisment

ସୋର (ଓଡ଼ିଶା ରିପୋର୍ଟର): ଜିନିଷ କିଣିଲେ। ଟଙ୍କା ବି ଦେଲେ। ହେଲେ ତା’ପରେ ଏକ ଶହେ ଟଙ୍କିଆ ନୋଟ୍ ବଦଳରେ ୨ଟି ୫୦ ଟଙ୍କିଆ ନୋଟ୍‌ ମାଗି ଦୋକାନ ମାଲିକଙ୍କଠାରୁ ଲୁଟି ନେଲେ ୬୦ ହଜାର ଟଙ୍କା। କ୍ୟାସ୍‌ ବକ୍ସରେ ହାତ ଭର୍ତ୍ତି କରି ଲୁଟି ନେଲେ ୫ଶହ ଟଙ୍କିଆ ନୋଟ୍‌ ବଣ୍ଡଲ। ଟଙ୍କା ଗାଏବ ହୋଇଥିବା ନେଇ ଟେର ପାଇ ନଥିଲେ ଦୋକାନ ମାଲିକ। ଏ ବିଷୟରେ ଜାଣିବା ପରେ ସେ ସିସିଟିଭି ଯାଞ୍ଚ କରିଥିଲେ। ଆଉ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାଲେଶ୍ୱର ଜିଲ୍ଲା ସୋର ଥାନା ଆଶ୍ରମ ଛକ ନିକଟରେ ଥିବା ଏକ ଲୁଗା ଦୋକାନରୁ ଏହି ଲୁଟ୍ ହୋଇଛି। ଦୋକାନ ମାଲିକଙ୍କ ଠାରୁ ଅଭିଯୋଗ ପାଇ ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment

ଶାଢୀ କିଣିବା ବାହାନାରେ ୨ ଲୁଟେରା ଆଶ୍ରମ ଛକ ନିକଟରେ ଥିବା ଏହି ଲୁଗା ଦୋକାନକୁ ଯାଇଥିଲେ। ଶାଢ଼ୀ କିଣିବା ପରେ ଦୋକାନୀଙ୍କୁ ସେମାନେ ୫ ଶହ ଟଙ୍କିଆ ନୋଟ୍‌ ଖଣ୍ଡେ ବଢ଼ାଇ ଦେଇଥିଲେ। ଦୋକାନୀ ସେଇଟିକୁ ନେଇଥିଲେ ଓ ଶାଢ଼ୀର ମୂଲ୍ୟ ବାବଦକୁ ୪୦୦ ଟଙ୍କା ରଖି ଶହେ ଟଙ୍କା ସେମାନଙ୍କୁ ଫେରାଇ ଥିଲେ। ଦୋକାନୀ ଲୁଟେରା ଦ୍ୱୟଙ୍କୁ ଏକ ଶହେ ଟଙ୍କିଆ ନୋଟ୍ ଦେଇଥିବା ବେଳେ ସେମାନେ ତା’ ବଦଳରେ ଦୁଇଟି ୫୦ ଟଙ୍କିଆ ନୋଟ୍ ମାଗିଥିଲେ। ଏହା ପରେ କୌଶଳକ୍ରମେ ଲୁଟେରା ଦ୍ୱୟ ଦୋକାନୀଙ୍କୁ କଥାବାର୍ତ୍ତାରେ ବ୍ୟସ୍ତ ରଖି କ୍ୟାସ୍ ବକ୍ସରେ ହାତ ଭର୍ତ୍ତି କରି ଏକ ୫ଶହ ଟଙ୍କିଆ ନୋଟ୍‌ ବଣ୍ଡଲ ଧରି ଚାଲି ଯାଇଥିଲେ। କିନ୍ତୁ ଆଖି ଆଗରେ ଏସବୁ ଘଟିଥିବା ସତ୍ତ୍ୱେ ଦୋକାନୀ ଜଣଙ୍କ ଏ ବିଷୟରେ ଜାଣି ପାରି ନଥିଲେ।

ପରେ କ୍ୟାସ ବକ୍ସରେ ୬୦ ହଜାର ଟଙ୍କା ନ ଥିବା ଦେଖି ଦୋକାନୀ ଜଣଙ୍କ ସିସିଟିଭି ଯାଞ୍ଚ କରିଥିଲେ। ଏହାପରେ ଶାଢ଼ୀ କିଣିବାକୁ ଆସିଥିବା ଯୁବକ ଦ୍ୱୟ ଟଙ୍କା ଲୁଟି ଥିବା ଜାଣି ସୋର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମିଳିପାରିନି ଲୁଟେରାଙ୍କ ପତ୍ତା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe