Advertisment

ଅଂଶୁଘାତରେ ଗଲା ବୃଦ୍ଧଙ୍କ ଜୀବନ!

ଭୋଗରାଇ ବ୍ଲକ ଦାରୁହା ଗାଁର ୬୭ ବର୍ଷୀୟ ବୃଦ୍ଧ ଜଗବନ୍ଧୁ ଜେନା ଆଜି ସକାଳ ପ୍ରାୟ ୧୦ଟା ବେଳେ ଚାଷ ଜମିକୁ ଯାଇଥିଲେ। ହେଲେ ମଧ୍ୟାହ୍ନରେ ଘରକୁ ଫେରିନଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ସାହି ପଡ଼ିଶାରେ ଖୋଜି ଥିଲେ।

author-image
Manoranjan Sial
Jaleswar

Jaleswar

ଅଂଶୁଘାତରେ ଗଲା ବୃଦ୍ଧ ଜୀବନ! ଚାଷ ଜମିକୁ ଯାଇଥିବା ବେଳେ ବିଲରେ ଟଳି ପଡ଼ିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରୁ ଆସିଛି।

Advertisment

ଭୋଗରାଇ ବ୍ଲକ ଦାରୁହା ଗାଁର ୬୭ ବର୍ଷୀୟ ବୃଦ୍ଧ ଜଗବନ୍ଧୁ ଜେନା ଆଜି ସକାଳ ପ୍ରାୟ ୧୦ଟା ବେଳେ ଚାଷ ଜମିକୁ ଯାଇଥିଲେ। ହେଲେ ମଧ୍ୟାହ୍ନରେ ଘରକୁ ଫେରିନଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ସାହି ପଡ଼ିଶାରେ ଖୋଜି ଥିଲେ। ମାତ୍ର ତାଙ୍କର ପତ୍ତା ପାଇନଥିଲେ। ପରେ ଚାଷ ଜମିକୁ ଯିବାରୁ ସେଠାରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପରିବାର ଲୋକେ ଏନେଇ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ ଦାସ

Balasore