Advertisment

ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବାର୍‌ହା, ୬ ଆହତ

ଆହତ ସମସ୍ତଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ରାକେଶ ମଳିକ ଓ ଗୟାଧର ମଳିକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
wild boar attack

wild boar attack

ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କେଶରୀପୁର ପଞ୍ଚାୟତ ଉପରସାହିରେ ବାରହା ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୪ଜଣ ପୁରୁଷ ଥିବାବେଳେ ୨ଜଣ ମହିଳା ଅଛନ୍ତି। ସେମାନେ ହେଲେ ଶିବାନୀ ମଳିକ,ସୁଶୀଳା ମଳିକ,ଗୌରାଙ୍ଗ ମଳିକ,ଦିବାକର ମଳିକ, ରାକେଶ ମଳିକ ଓ ଗୟାଧର ମଳିକ l

Advertisment

ଆଜି ସକାଳେ କୁଲଡିହା ଜଙ୍ଗଲରୁ ଉପରସାହି ଗାଁ ଭିତରକୁ ବାର୍‌ହାଟି ପଶି ଆସିଥିଲା। ଗ୍ରାମବାସୀ ବାର୍‌ହାଟିକୁ ଦେଖି ଘଉଡ଼ାଇବାରୁ ଚେଷ୍ଟା କରିଥିଲେ। ହେଲେ ବାର୍‌ହାଟି ଗ୍ରାମବାସୀଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ି ଥିଲା।

ଆହତ ସମସ୍ତଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ରାକେଶ ମଳିକ ଓ ଗୟାଧର ମଳିକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବାର୍‌ହାଟି କୁଲଡିହା ଜଙ୍ଗଲକୁ ପଳାଇ ଯାଇଛି। ଗାଁରେ ବନ ବିଭାଗ ପହଞ୍ଚି ନ ଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment
Wild Boar Attack