Advertisment

ଡମ୍ଫରରେ ହେଉଥିଲା ଚୋରା ପଥର ଚାଲାଣ, ଧରିଲା ପୁଲିସ୍

ଜଳେଶ୍ୱର (ଅଜିତ କୁମାର ଦାସ): ଡମ୍ଫର ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ଚୋରା ପଥର। ଜବତ କଲା ପୁଲିସ୍। ଭୋଗରାଇ ପୁଲିସ ଦ୍ୱାରା ୮ ଚୋରା ପଥର ଗାଡି ସହ ଗୋଟିଏ ବାଲି ବୋଝେଇ ଡମ୍ଫରକୁ ଅଟକ ରଖାଯାଇଛି। ସୋମବାର ସକାଳୁ ସକାଳୁ ଜଳେଶ୍ୱର ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥର ଦେହୁର୍ଡା ସ୍ଥିତ ଥାନାଛକ ଦେଇ ଯାଉଥିବା ସମୟରେ ଭୋଗରାଇ ପୁଲିସ ସମସ୍ତ ଗାଡ଼ି ଅଟକ ରଖି ଯାଞ୍ଚ କରୁଥିଲା। ଆଉ ସେହି ସମୟରେ ଉକ୍ତ […]

ଡମ୍ଫରରେ ହେଉଥିଲା ଚୋରା ପଥର ଚାଲାଣ, ଧରିଲା ପୁଲିସ୍

truck

Advertisment

ଜଳେଶ୍ୱର (ଅଜିତ କୁମାର ଦାସ): ଡମ୍ଫର ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ଚୋରା ପଥର। ଜବତ କଲା ପୁଲିସ୍। ଭୋଗରାଇ ପୁଲିସ ଦ୍ୱାରା ୮ ଚୋରା ପଥର ଗାଡି ସହ ଗୋଟିଏ ବାଲି ବୋଝେଇ ଡମ୍ଫରକୁ ଅଟକ ରଖାଯାଇଛି।

Advertisment

ସୋମବାର ସକାଳୁ ସକାଳୁ ଜଳେଶ୍ୱର ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥର ଦେହୁର୍ଡା ସ୍ଥିତ ଥାନାଛକ ଦେଇ ଯାଉଥିବା ସମୟରେ ଭୋଗରାଇ ପୁଲିସ ସମସ୍ତ ଗାଡ଼ି ଅଟକ ରଖି ଯାଞ୍ଚ କରୁଥିଲା। ଆଉ ସେହି ସମୟରେ ଉକ୍ତ ଚୋରା ପଥର ବୋଝେଇ ଡମ୍ଫରଗୁଡ଼ିକୁ ପୁଲିସ୍ ଅଟକ ରଖିଥିଲା। ସେଥିରୁ ଯାହା ଅନୁମାନ କରାଯାଉଛି ଉକ୍ତ ଗାଡ଼ିଗୁଡ଼ିକ ପଶ୍ଚିମବଙ୍ଗକୁ ଚୋରା ପଥର ଚାଲାଣ କରୁଥିଲା।

ତେବେ ପୁଲିସ ସମସ୍ତ ଗାଡି ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିବା ସହ ଗାଡ଼ିର କାଗଜପତ୍ର ମଧ୍ୟ ଯାଞ୍ଚ କରୁଛି। ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାରୀ କୌଣସି ସୂତ୍ରରୁ ସୂଚନା ପାଇ ଭୋଗରାଇ ପୁଲିସ ଆର୍ଲଟ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାକି ଭୋଗରାଇ ପୁଲିସ ପକ୍ଷରୁ ବାଟଗ୍ରାମ ପୋଲ ଠାରୁ ଜୟନଗର ପର୍ଯ୍ୟନ୍ତ ରାସ୍ତାରେ କଡ଼ା ପଇଁତରା ଦେଇଥିଲା। ଆଉ ଶେଷରେ ସମସ୍ତ ଗାଡ଼ିକୁ ଥାନାଛକ ଠାରେ ଅଟକ ରଖିବାରେ ସଫଳ ହୋଇଥିଲେ। ଏବେ ପୁଲିସ ପକ୍ଷରୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe